previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ମହାନଦୀ ଜଳ ବିବାଦର ଶୀଘ୍ର ସମାଧାନ ପାଇଁ ପଦଯାତ୍ରା, ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଜଣାଇବେ ଗୁହାରି

7/07/2022 at 12:23 PM

ବୌଦ୍ଧ ୭: ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଥିବା ମହାନଦୀ ଜଳ ବିବାଦର ଶୀଘ୍ର ସମାଧାନ ନିମନ୍ତେ ପଦଯାତ୍ରା । ବିବାଦର ଶୀଘ୍ର ସମାଧାନ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ଗୁହାରି ଜଣାଇବାକୁ ଛତିଶଗଡ ଗରିଆବନ୍ଧ ଜିଲ୍ଲାରୁ ପୁରୀ ଅଭିମୁଖେ ପଦଯାତ୍ରା କରିଛନ୍ତି କିଶନ କୁମାର ସୈନିଙ୍କ ।

ସୂଚନାଯୋଗ୍ୟ ଯେ, ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାର କିଶନ କୁମାର ସୈନି ଜୁଲାଇ ୧ ତାରିଖ ଅର୍ଥାତ ପବିତ୍ର ଘୋଷଯାତ୍ରା ଅବସରରେ ଛତିଶଗଡ଼ରୁ ପୁରୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି । ସମୁଦାୟ ୬୦୦କି.ମି. ଯାତ୍ରା ପାଇଁ ବାହାରିଥିବା କିଶନ ୩୫୦କି.ମି. ଅତିକ୍ରମ କରିବା ପରେ ସେ ବୌଦ୍ଧ ଜିଲ୍ଲାରେ ପହଞ୍ଚିଛନ୍ତି ।  ମାନ୍ୟତା ରହିଛି ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କ ମନୋସ୍କାମନା ପୂରଣ କରିଥାନ୍ତି । ତେଣୁ ଏହି ଆଶାରେ ଭକ୍ତ ଜଣକ ନିଜ ଗୁହାରି ନେଇ ପୁରୀ ବାହାରିଛନ୍ତି ।

ସେ ପୁରୀରେ ପହଞ୍ଚି ଛତିଶଗଡ଼ ଓ ଓଡିଶା ମଧ୍ୟରେ ଥିବା ମହାନଦୀ ଜଳ ବିବାଦର ଶୀଘ୍ର ସମାଧାନ ସହ ମହାନଦୀ ଜଳର ସଂରକ୍ଷଣ ଓ ସଦୁପଯୋଗ କରିବା ଏବଂ ଛତିଶଗଡ଼ବାସୀ  ଓ ବିଶ୍ଵବାସୀଙ୍କ ମଙ୍ଗଳ ନିମନ୍ତେ ଜଗନ୍ନାଥଙ୍କ ନିକଟରେ ଗୁହାରି ଜଣାଇବେ। ଏହି ମହାନଦୀ ଜଳ ବିବାଦ ସମାଧାନ ଦ୍ଵାରା ମହାନଦୀ ଅବବାହିକାରେ ଥିବା ଶହ ଶହ ଚାଷୀ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି । ତେବେ କିଶନ ଜୁଲାଇ ୧୧ତାରିଖ ସୁଦ୍ଧା ପୁରୀରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

   Related Posts