ସର୍ବନିମ୍ନ ମଜୁରୀ ଠାରୁ ମିଳୁଛି କମ୍‌ ପ୍ରାପ୍ୟ, ମନରେଗା ଶ୍ରମିକଙ୍କ ପଦଯାତ୍ରା

Published By : Prameya-News7 Bureau | October 08, 2020 IST

ସାନଖେମୁଣ୍ଡି ୦୮।୧୦: ଶ୍ରମିକଙ୍କୁ ଶୋଷଣ । ମନରେଗା ଶ୍ରମିକଙ୍କ ପଦଯାତ୍ରା । ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ଠାରୁ ବହୁ କମ୍‌ ଦରରେ ଦୈନିକ ମଜୁରୀ ପ୍ରଦାନ କରାଯାଉଥିବା ପ୍ରତିବାଦରେ ପଦଯାତ୍ରା ।

{"id":340515,"sizeSlug":"large"}

ମନରେଗା ଶ୍ରମିକମାନଙ୍କୁ ପାଇଁ ସର୍ବନିମ୍ନ ଦରମା ଧାର୍ଯ୍ୟ କରାଯାଇଛି । କିନ୍ତୁ ସେମାନଙ୍କୁ ନିଜ ପ୍ରାପ୍ୟ ପାଇବାକୁ ବଞ୍ଚିତ ହେଉଛନ୍ତି । ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଏପରି ଘଟୁଛି । ସରକାରୀ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଠାରୁ କମ ମଜୁରୀ ପ୍ରଦାନ କରିବା ଅପରାଧ।

{"id":340516,"sizeSlug":"large"}

ହିଂଜିଳିକାଟୁ ଅଞ୍ଚଳରୁ ୪ଥର ବିଧାୟକ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଗରିବ ଶ୍ରମିକଙ୍କୁ ଭୟଙ୍କର ଶୋଷଣ ଚାଲିଛି। ସେମାନଙ୍କ ନ୍ୟାର୍ଯ୍ୟ ହକରୁ ବଞ୍ଚିତ କରାଯାଉଛି। ଏହାର ପ୍ରତିବାଦରେ ଓ ସେମାନଙ୍କ ନ୍ୟାୟ ସଂଗତ ୮ ଦଫା ଦାବିରେ ପଦଯାତ୍ରା କରାଯାଇଛି, ଏବଂ ହିଂଜିଳିକାଟୁ ବ୍ଲକ ଘେରାଉ ମଧ୍ୟ ହୋଇଛି । ଏହି ପଦଯାତ୍ରାରେ ସଂଗଠନର ବିଭିନ୍ନ କର୍ମକତ୍ତା ଅଂଶଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.