ମହା କାର୍ତ୍ତିକର ପହିଲି ପଞ୍ଚୁକ, ଚନ୍ଦ୍ରଚୁଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବ ଧବଳେଶ୍ୱର

Published By : Prameya-News7 Bureau | November 04, 2022 IST

ଆଠଗଡ ୦୪/୧୧: ମହାକାର୍ତ୍ତିକର ପହିଲି ପଞ୍ଚକ । ଚନ୍ଦ୍ରଚୁଡ଼ ବେଶରେ ଦର୍ଶନ ଦେଉଛନ୍ତି ବାବ ଧବଳେଶ୍ୱର । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି ।

ହେଲେ ଚଳିତ ବର୍ଷ କାର୍ତ୍ତିକର ପହିଲି ପଞ୍ଚକ ଓ ବଡ଼ ଓଷାରେ ସିଧାସଳଖ ହେବ ନାହିଁ ବାବା ଧବଳେଶ୍ବରଙ୍କ ଦର୍ଶନ । ଏଲଇଡିରେ ଧବଳେଶ୍ୱରଙ୍କ ଦର୍ଶନ ପାଇଁ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ମୁଖ୍ୟରାସ୍ତା ମନ୍ଦିର ଫାଟକ ପାଖରେ ଏଲଇଡି ସ୍କ୍ରିନରେ ବାବା ଧବଳେଶ୍ବରଙ୍କ ଦର୍ଶନ ନେଇ ପ୍ରଶାସନର ନିଷ୍ପତ୍ତି । ହେଲେ ଝୁଲାପୋଲ ଓ ମନ୍ଦିର ବେଢାରେ ୧୪୪ ଧାରା ବଳବତ୍ତର ରହିବ ।

କାର୍ତ୍ତିକ ବଡଓଷାରେ ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ ଠାକୁରଙ୍କୁ ପ୍ରତ୍ୟକ୍ଷ ଭାବେ ନୁହେଁ ଭର୍ଚୁଆଲ ମୋଡରେ ଶ୍ରଦ୍ଧାଳୁ ଦର୍ଶନ କରିବେ । ଜିଲ୍ଲା ପ୍ରଶାସନ ସହ ପୂଜକ ସମିତି ବୈଠକରେ ଏହି ନିଷ୍ପତି ହୋଇଥଲା । ଆନ୍ୟପଟେ ପୂଜକ ସମିତି ପକ୍ଷରୁ ରାତ୍ରି ୩ଟାରୁ ବାବାଙ୍କର ପହଡ ଖୋଲାଯାଇ ୧୦୮ କଳସ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯାଇ ସମସ୍ତ ରୀତିନୀତି ସମାପନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.