‘ପାନ ସିଂ ତୋମାର’ର ଲେଖକ ସଞ୍ଜୟ ଚୌହାନଙ୍କ ଦେହାନ୍ତ, ଦୀର୍ଘଦିନ ଧରି ଥିଲେ ଅସୁସ୍ଥ

Published By : Prameya-News7 Bureau | January 14, 2023 IST

ମୁମ୍ଵାଇ ୧୪।୦୧: ବଲିଉଡର ଅନ୍ୟତମ ଶ୍ରେଷ୍ଠ ଚଳଚ୍ଚିତ୍ର ପାନ ସିଂ ତୋମାର । ବର୍ତ୍ତମାନ ଏହି ଫିଲ୍ମର ଲେଖକ ସଞ୍ଜୟ ଚୌହାନଙ୍କ ଦେହାନ୍ତ ହୋଇଛି। ୬୨  ବର୍ଷ ବୟସରେ ଦୁନିଆକୁ  ଅଲବିଦା କହିଛନ୍ତି । ତାଙ୍କ ମୃତ୍ୟୁରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। କହିବାକୁ ଗଲେ ସଞ୍ଜୟ ଯକୃତ ରୋଗରେ ପୀଡିତ ଥିଲେ। ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଏତେ ଚିକିତ୍ସା  ପରେ ବି ୧୨ଜାନୁଆରୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କୁ ୧୩ଜାନୁଆରୀରେ ରାତି ୧୨.୩୦ ସମୟରେ ଓଶିୱାରା ଶ୍ମଶାନରେ ଶବଦାହ କରାଯିବ। ସଞ୍ଜୟଙ୍କ ମୃତ୍ୟୁ ପରେ ପ୍ରଶଂସକ ଏବଂ ତାରକାମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଏବେ ବି ତାଙ୍କ କାର୍ଯ୍ୟକୁ ମନେ ରଖିଛନ୍ତି। କହିବାକୁ ଗଲେ ସଞ୍ଜୟ ଚୌହାନ ସାହେବ ବିୱି ଗ୍ୟାଙ୍ଗଷ୍ଟର, ମେନେ ଗାନ୍ଧୀ କୋ ନେହି ମାରା, ଧୁପ୍ ଏବଂ ଆଇ ଆମ୍ କଲାମ ଭଳି ଚଳଚ୍ଚିତ୍ର ମଧ୍ୟ ଲେଖିଛନ୍ତି। ତେବେ ପାନ ସିଂ ତୋମାରଙ୍କ ବିନା ତାଙ୍କ କାର୍ଯ୍ୟ ଅସମ୍ପୂର୍ଣ୍ଣ ବୋଲି କୁହାଯାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.