ସଲମନ୍ ଶାହାରୁଖ ଓ ଅକ୍ଷୟ କୁମାରଙ୍କୁ ପଛରେ ପକାଇ ଶୀର୍ଷସ୍ଥାନରେ ରହିଲେ ଏହି ଅଭିନେତ୍ରୀ
6/12/2019 at 4:11 PM

ନୂଆଦିଲ୍ଲୀ- ବଲିଉଡ୍ରେ ଏଥର ଜଣେ ଅଭିନେତ୍ରୀ ସମସ୍ତଙ୍କୁ ପଛରେ ପକାଇ IMDBର ତାଲିକାର ଶୀର୍ଷରେ ଅଛନ୍ତି । ଭାରତର ଅନେକ ଅଭିନେତ୍ରୀ ବଲିଉଡ୍ ବ୍ୟତୀତ ହଲିଉଡ୍ରେ ନିଜ ଅଭିନୟର କରିସ୍ମା ଦେଖାଇଛନ୍ତି ।

ସେମାନଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରା, ଐଶର୍ଯ୍ୟା ରାୟ ଓ ଦୀପିକା ପାଦୁକୋନ ଅଛନ୍ତି। କେବଳ ସେତିକ ନୁହଁ ଅଭିନେତା ଭାବେ ଅକ୍ଷୟ କୁମାର, ଶାହାରୁଖ ଖାନ୍, ସଲମନ୍ ଖାନ ଓ ବିଗ୍ ବିଙ୍କ ଲୋକ ପ୍ରିୟତା ବି ବେଶ୍ ଭଲ ।

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ IMDBର ତାଲିକାର ଶୀର୍ଷରେ ଅଛନ୍ତି । ଭାରତୀୟ ସିନେମା ଓ ଟେଲିଭିଜନ୍ର ସବୁଠାରୁ ଭଲ ଅଭିନେତ୍ରୀ ଭାବେ ତାଙ୍କର ନାଁ ସବୁଠାରୁ ଉପରେ ରହିଛି ।

IMDB ୨୦୧୯ ପାଇଁ ଶୀର୍ଷରେ ଥିବା ୧୦ ଜଣ ଅଭିନେତ୍ରୀଙ୍କ ନାଁ ପ୍ରକାଶ କରିଛି । ଏଥିରେ ଅଭିନେତ୍ରୀ ଦିଶା ପଟାନି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ହ୍ରିତିକ ରୋଶନ ପରେ ପରେ କିଆରା ଆଡଭାନୀ, ଅକ୍ଷୟ କୁମାର , ସଲମନ୍ ଖାନ୍ , ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, ରାକୁଲପ୍ରୀତ ସିଂ ଓ ଶୋଭିତା ଧୁଲିପାଲାଙ୍କ ନାମ ରହିଛି ।