scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

G-୨୩କୁ ନିଶାନା, ଚିଦାମ୍ୱରମ କହିଲେ-ନିର୍ବାଚନରେ ଦଳର ପରାଜୟ ପାଇଁ ଏକାକୀ ଗାନ୍ଧୀ ପରିବାର ଦାୟୀ ନୁହେଁ

17/03/2022 at 9:14 PM

ନୂଆଦିଲ୍ଲୀ,୧୭।୮:  କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ୱରମ କହିଛନ୍ତି, ପାଞ୍ଚ ରାଜ୍ୟରେ କଂଗ୍ରେସର ପରାଜୟ ପାଇଁ କେବଳ ଗାନ୍ଧୀ ପରିବାରକୁ ଦାୟି କରାଯାଇ ପାରିବ ନାହିଁ । କଂଗ୍ରେସର ଏହି ବରିଷ୍ଠ ନେତା କଂଗ୍ରେସର ଜି-୨୩ ନିଶାନା କରି କହିଛନ୍ତି, ଦଳକୁ ଭାଙ୍ଗିବା କାମ ନକରିବା ଉଚିତ୍ ।

ଚିଦମ୍ୱରମ ଏହି କଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ରବିବାର ସିଡବ୍ଲୁସି ବୈଠକରେ ନିଜ ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କ ଗାନ୍ଧୀ ଭଦ୍ରାଙ୍କ ସହ ପଦ ଛାଡିବାକୁ ପ୍ରସ୍ତାବ ଦେଇଥିଲେ ସୋନିଆ ଗାନ୍ଧୀ।

ଏନଡିଟିଭିକୁ ପ୍ରତିକ୍ରିୟା ଦେଇ ଚିଦମ୍ୱରମ କହିଛନ୍ତି, ଗାନ୍ଧୀ ପରିବାର ପଦ ଛାଡିବା ପାଇଁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଏହାକୁ ସିଡବ୍ଲୁସି ଅସ୍ୱୀକାର କରିଥିଲା । ବର୍ତ୍ତମାନ କଂଗ୍ରେସ ନୂଆ ଅଧ୍ୟକ୍ଷର ନିର୍ବାଚନୀ ପ୍ରକ୍ରିୟାକୁ ଶୀଘ୍ର ସାରିବାର ଆବଶ୍ୟକତା ରହିଛି। ଅଗଷ୍ଟ ସୁଦ୍ଧା ଏହା ହୋଇପାରେ। ସେଯାଏଁ ମୁଁ ଏବଂ ଅନ୍ୟ ସମସ୍ତେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱକୁ ସ୍ୱୀକାର କରୁଛୁ।

ସେ କହିଛନ୍ତି, ସୋନିଆ ଗାନ୍ଧୀ ନିର୍ବାଚନ ଶୀଘ୍ର ଶେଷ କରିବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଅଧିକାଂଶ ନେତା ଏହାକୁ ଗ୍ରହଣ କରି ନଥିଲେ। ଉଲ୍ଲେଖଯୋଗ୍ୟ ଯେ, କପିଲ ସିବଲଙ୍କ ପରି ଜି-୨୩ ନେତା ଖୁଲମଖୁଲା ଗାନ୍ଧୀ ପରିବାରଙ୍କ ନେତୃତ୍ୱକୁ ଆହ୍ୱାନ ଦେଇଥିଲେ।

   Related Posts