LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପି.ଚିଦାମ୍ବରମ୍‌ଙ୍କ ପୁଣି ସମନ

6/06/2018 at 10:04 AM

ପି.ଚିଦାମ୍ବରମ୍‌ଙ୍କ ଅଡୁଆ ସହଜରେ ଛିଡିବା ଭଳି ଲାଗୁନି । ଓୟାରସେଲ – ମ୍ୟାକ୍ସିସ୍ ମାମଲରେ ଛାଡୁନି ସିବିଆଇ କିମ୍ବା ଇଡି । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ଉତ୍ତର ରଖିଥିବା ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ପୁଣି ସମନ । ଆସନ୍ତା ୧୨ ତାରିଖରେ ହାଜର ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବରିଷ୍ଠ କଂଗ୍ରେସ ନେତାଙ୍କୁ ଏହି ସମନ ଦେଇଛି । ଏ ୟାରସେଲ୍- ମ୍ୟାକ୍ସିସ୍ ଅର୍ଥ ଠକେଇ ମାମଲାରେ ଚିଦାମ୍‌ବରମ୍‌ଙ୍କ ବୟାନ ରେକର୍ଡ କରାଯିବ ।ସେପଟେ ମଙ୍ଗଳବାର ଇଡି ଆଗରେ ହାଜର ହୋଇଥିବା ଚିଦାମ୍ବରମ୍ ବୁଧବାର ଦିନ ସିବିଆଇ ନିକଟରେ ହାଜର ହୋଇଥିଲେ । ଦିଲ୍ଲୀ ସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ଆସି ଏୟାରସେଲ- ମ୍ୟାକ୍ସିସ ଚୁକ୍ତିରେ ନିଜ ଭୂମିକା ନେଇ ଜବାବ ରଖିଛନ୍ତି ଚିଦାମ୍ବରମ୍ । ୨୦୦୬ରେ ଏୟାରସେଲ୍‌ ରେ ପୁଞ୍ଜିନିବେଶ ଲାଗି ଗ୍ଲୋବାଲ କମ୍ୟୁନିକେଶନ ହୋଲଡିଂ ସର୍ଭିସେସ୍ ଲିମିଟେଡ୍ କୁ ବୈଦେଶିକ ପୁଞ୍ଚିନିବେଶ ପ୍ରୋତ୍ସାହନ ବୋର୍ଡ୍ ମଂଜୁରୀ ଦେଇଥିଲା । ସେଥିରେ ଅନିୟମିତତା ନେଇ ଅଭିଯୋଗ ଉଠିଥିଲା । ତେବେ ଚୁକ୍ତି ସମୟରେ ଦେଶରେ ଅର୍ଥମନ୍ତ୍ରୀ ଥିଲେ ଚିଦାମ୍ବରମ୍ ।

Leave a Reply

   Related Posts