ଏୟାରସେଲ୍-ମ୍ୟାକ୍ସିସ୍ ମାମଲାରେ ଚିଦାମ୍ବରମ୍ ଙ୍କୁ ଆଶ୍ୱସ୍ତି
5/06/2018 at 6:29 AM

ଦିଲ୍ଲୀ କୋର୍ଟ ଦେଲେ ପି. ଚିଦାମ୍ବରମ୍ ଙ୍କୁ ଆଶ୍ୱସ୍ତି । ଏୟାରସେଲ୍-ମ୍ୟାକ୍ସିସ୍ ମାମଲାରେ ଜୁଲାଇ୧୦ ପର୍ଯ୍ୟନ୍ତ ବରିଷ୍ଠ କଂଗ୍ରେସ ନେତା ଚିଦାମ୍ବରମ୍ ଙ୍କ ଗିରଫ କରିପାରିବେନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଏହି ମାମଲାରେ ସବିଶେଷ ରିପୋର୍ଟ ଦାଖଲ ଲାଗି ଇଡି ସମୟ ମାଗିଥିବା ବେଳେ କୋର୍ଟ ତାହାକୁ ମଂଜୁରୀ ଦେଇଛନ୍ତି । ଆସନ୍ତା ମାସ ୧୦ ତାରିଖକୁ ଶୁଣାଣୀ ଧାର୍ଯ୍ୟ କରାଯାଇଛି ।ସେହି ଦିନ ହିଁ ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ୍ ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ ଙ୍କ ବିରୋଧରେ ମଧ୍ୟ ଏହା ମାମଲାରେ ଶୁଣାଣୀ ରହିଛି ।ଆଜି ଇଡି ଆଗରେ ଚିଦାମ୍ବରମ୍ ହାଜର ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଗୁଆ ଜାମିନ ଆବେଦନ କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ।ସ୍ବତନ୍ତ୍ର ଜଜ୍ ଓପି ସାଇନି ତାଙ୍କ ନିର୍ଦ୍ଦେଶରେ କୌଣସି କଠୋର କାର୍ଯ୍ୟନୁଷ୍ଠାନ ବା ଗିରଫଦାରି ନକରିବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ମାମଲାରେ ସମସ୍ତ ତଥ୍ୟ ପ୍ରମାଣର ଦସ୍ତାବିଜ୍ ସରକାରଙ୍କ ହେପାଜତରେ ଥିବା ଏବଂ ତାଙ୍କ ଠାରୁ କୌଣସି ଦସ୍ତାହବିଜ୍ ଜବତ ହୋଇନଥିବା ଚିଦାମ୍ବରମ୍ କହିଥିହବାବେଳେଲ, ସେ ତଦନ୍ତରେ ସହଯୋଗ କରୁନଥିବା ଯୁକ୍ତି ରଖିଛନ୍ତି ସରକାରୀ ଓକିଲ ।