Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ବିବାହ ବନ୍ଧନରେ ବାନ୍ଧି ହେଲେ OYO ମାଲିକ ରିତେଶ ଅଗ୍ରଓ୍ଵାଲ, ଯୋଗ ଦେଲେ ଅନେକ ବଡ ବଡ ଉଦ୍ୟୋଗୀ

8/03/2023 at 6:22 PM

ନୂଆଦିଲ୍ଲୀ:  ହସ୍ପିଟାଲିଟି ଫର୍ମ(OYO) ର ସଂସ୍ଥାପକ ରିତେଶ ଅଗ୍ରଓ୍ଵାଲ ୨୯ ବର୍ଷୀୟ ଗୀତାଂଶା ସୁଦଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦିଲ୍ଲୀର ତାଜ ପ୍ୟାଲେସ୍‌ରେ ହୋଇଥିବା ବିବାହ କାର୍ଯ୍ୟକ୍ରମରେ ସଫ୍ଟ ବ୍ୟାଙ୍କର ସଂସ୍ଥାପକ ତଥା ସିଇଓ ମାସାୟୋଶୀ ସୋନଙ୍କ ସମେତ ଅନେକ ବଡ ବଡ ଉଦ୍ୟୋଗୀ ଯୋଗ ଦେଇଥିଲେ। ବର-କନ୍ୟା ମାସାୟୋଶୀ ସୋନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି। ଅଗ୍ରଓ୍ଵାଲ ଦେଶର ସବୁଠୁ ଅଳ୍ପ ବୟସରେ କୋଟିପତିଙ୍କ ମଧ୍ୟରୁ ଜଣେ। ସେ ୨୦୧୩ରେ ଓୟୋ ସ୍ଥାପନା କରିଥିଲେ ଏବଂ ସେହି ସମୟରେ ତାଙ୍କୁ ମାତ୍ର ୧୯  ବର୍ଷ ବୟସ ହୋଇଥିଲା। ସଫ୍ଟ ବ୍ୟାଙ୍କ ଏକ ଜାପାନୀ ଗ୍ରୁପ ଯିଏ ଓୟୋର ସବୁଠୁ ବଡ ନିବେଶକ। ଏହାର ସିଇଓ ହେଉଛନ୍ତି ମାସୋୟୋଶୀ ସୋନ।

Oyo founder's wedding: Ritesh Agarwal seeks blessings of SoftBank's Son -  Hindustan Times

ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟତୀତ ଅନେକ ରାଜନେତା ମଧ୍ୟ ରିତେଶଙ୍କ ବିବାହ ସମାରୋହରେ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ୍ ରିତେଶ ଅଗ୍ରଓ୍ଵାଲ ଏବଂ ତାଙ୍କ ପତ୍ନୀଙ୍କୁ ଅଭିନନ୍ଦନ ଜଣାଇ ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ କରିଛନ୍ତି। ଓୟୋର ସଂସ୍ଥାପକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଥିଲେ। ଗତ ମାସରେ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ମାଆ ଏବଂ ଭାବି ପତ୍ନୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ବିବାହର ନିମନ୍ତ୍ରଣ ଦେଇଥିଲେ।

ବିବାହରେ ପେଟିଏମର ମାଲିକ ବିଜୟ ଶେଖର ଶର୍ମା, ଲେନ୍ସକାର୍ଟର ପୀୟୂଷ ବଂଶଲ ଏବଂ ଫ୍ଲିପକାର୍ଟର ସିଇଓ କଲ୍ୟାଣ କୃଷ୍ଣମୂର୍ତ୍ତି ମଧ୍ୟ ଉପସ୍ଥିତ ଥିଲେ। ବିଜୟ ଶର୍ମା ବିବାହର ଫଟୋ ମଧ୍ୟ ଟ୍ଵିଟ୍ କରିଛନ୍ତି। ସେ ଲେଖିଛନ୍ତି, ଆଜି ପୂରା ବିବାହ ସମାରୋହର ଆନନ୍ଦ ନେଇଛି। ମାଶା ବହୁତ ଖୁସି। ସେ ନିଜର ଭାରତ ଯାତ୍ରାର ଖୁବ୍ ଆନନ୍ଦ ନେଉଛନ୍ତି।

Ritesh Agarwal Marriage: बेहद खूबसूरत हैं OYO सीईओ रितेश अग्रवाल की होने  वाली वाइफ, जल्द होगी शादी; देखें एक झलक

ଓଡିଶାର ମାରଓ୍ଵାଡି ପରିବାରର ହେଉଛନ୍ତି ରିତେଶ

ରିତେଶ ଅଗ୍ରଓ୍ଵାଲ ଓଡିଶାର ଏକ ମାରଓ୍ଵାଡି ପରିବାରରୁ ଜନ୍ମଗ୍ରହଣ କରିଥିଲେ। ୨୦୧୧ରେ ସେ  ପାଠପଢା ପାଇଁ ଦିଲ୍ଲୀ ଆସିଥିଲେ। ଦୁଇ ବର୍ଷ ପରେ ସେ କଲେଜ୍‌ର ପାଠପଢା ଛାଡି ଥେଲ ଫେଲୋସିସ୍ ପ୍ରୋଗ୍ରାମରେ ଯୋଗ ଦେଇଥିଲେ। ଏହି ପ୍ରୋଗ୍ରୋମ ଆଧାରରେ ସେ ଏକ ଲକ୍ଷ ଡଲାରର ଫେଲୋସିସ୍ ଜିତିଥିଲେ। ଏହି ଅର୍ଥର ବିନିଯୋଗ ସେ ୨୦୧୩ ମେରେ ଓୟୋ ଲଞ୍ଚ୍‌ରେ କରିଥିଲେ। ୨୦୧୯ରେ ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ସେ କହିଥିଲେ ଯେ, ତାଙ୍କ ମାଆ ମୋ ବିବାହକୁ ନେଇ ଚିନ୍ତାରେ ରହୁଥିଲେ, କାରଣ ମୋ ନିକଟରେ କଲେଜ୍‌ର ଡିଗ୍ରୀ ନାହିଁ।

   Related Posts