ଓୟୋକୁ ମାନ୍ଦାବସ୍ଥା ଭୟ,  ୬୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ କମ୍ପାନୀ

Published By : Prameya-News7 Bureau | December 03, 2022 IST

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥାରେ ଆକ୍ରାନ୍ତ ହସ୍‌ପିଟାଲିଟି କମ୍ପାନୀ ଓୟୋ । କର୍ମଚାରୀ ଛଟେଇ ନେଇ ଘୋଷଣା କରିଛି କମ୍ପାନୀ । ଆପ୍ଲିକେସନ୍ ମାଧ୍ୟମରେ ହୋଟେଲ ସୁବିଧା ଯୋଗାଉଥିବା ଏହି କମ୍ପାନୀ ପ୍ରାୟ ୬୦୦ରୁ ଅଧିକ କର୍ମଚାରୀଙ୍କୁ ବାହାର କରିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅନଲାଇନ ମାଧ୍ୟମରେ ହସ୍‌ପିଟାଲିଟି ସେବା ଯୋଗାଉଛି ଓୟୋ । ଆପରେ ଲୋକଙ୍କୁ ହୋଟେଲ୍ ସୁବିଧା ମିଳୁଛି । ହେଲେ କମ୍ପାନୀକୁ ଆର୍ଥିକ ମାନ୍ଦାବସ୍ଥା ଭୟ ଘାରିଛି । କମ୍ ରାଜସ୍ବ ପାଇଁ କମ୍ପାନୀ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ପ୍ରାୟ ୬୦୦ରୁ ଅଧିକ ଟେକ୍ନିକାଲ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି କମ୍ପାନୀ । ଏନେଇ କମ୍ପାନୀ ସଂସ୍ଥାପକ ଓ ସିଇଓ ରିତେଶ ଅଗ୍ରଓ୍ବାଲ ବିଧିବଦ୍ଧ ଘୋଷଣା କରିଛନ୍ତି । ମୁମ୍ବାଇରେ କମ୍ପାନୀର ଅଧିକାଂଶ ପ୍ରୋଜେଟ୍ ବନ୍ଦ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି।

ଓୟୋ ପାଖରେ ମୋଟ୍ ୩୭୦୦ କର୍ମଚାରୀ ରହିଛନ୍ତି । ଅନ୍ୟପଟେ କମ୍ପାନୀ ୨୫୦ରୁ ଅଧିକ କର୍ମଚାରୀଙ୍କୁ ସେଲ୍ସ ବିଭାଗରେ ଭର୍ତ୍ତି କରିବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.