ସମ୍ବଲପୁର ୨।୮: OYOରେ ରୁମ୍ ବୁକ୍ କରି ଅଗ୍ରୀମ ଟଞ୍ଚା ପୈଠ ପରେ ମଧ୍ୟ ରୁମ୍ ଦେଲେନି ହୋଟେଲ ମାଲିକ । ରୁମ୍ ତ ଦେଲେନି ଓଲଟି ଅଭଦ୍ର ବ୍ୟବହାର ସାଙ୍ଗକୁ ସେଠାରୁ ଧକ୍କା ମାରି ବାହାର କଲେ । OYOକୁ ଜଣାଇବା ପରେ ମଧ୍ୟ କିଛି ଲାଭ ହେଲାନି । ସ୍ତ୍ରୀ ଓ ଛୋଟ ଛୁଆକୁ ଧରି ଭୁବନେଶ୍ବରରେ ହୋଟେଲ ଖୋଜିଲେ ସମ୍ବଲପୁରର ଯୁବକ ।
୨୦୨୩ ମସିହା ଜୁନ ମାସରେ ଘଟିଥିବା ଏଭଳି ଘଟଣାକୁ ନେଇ ସମ୍ବଲପୁରର ଯୁବକ ତନ୍ମୟ ପଟେଲ ସମ୍ବଲପୁର ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହେବା ପରେ ଏହା ଶୁଣାଣି କରି ଖାଉଟି ଅଦାଲତ ଭୁବନେଶ୍ବରରେ ଥିବା OYO ଓ କଳାରାହାଙ୍ଗରେ ଥିବା ହୋଟେଲକୁ ଦଣ୍ଡିତ କରିଛନ୍ତି । ରୁମ୍ ଭଡା ବାବଦକୁ ୫୦୦ ଟଙ୍କା ଫେରସ୍ତ, ହଇରାଣ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଓ ଆଇନଗତ ଲଢେଇ ପାଇଁ ୧୦ ହଜାର ଟଙ୍କା ଉଭୟ OYO ଓ ହୋଟେଲ କର୍ତ୍ତୃପକ୍ଷ ତନ୍ମୟଙ୍କୁ ପ୍ରଦାନ କରିବେ ବୋଲି କୁହାଯାଇଛି । ଏଥିରେ ଖିଲାପ କଲେ ୯ ପ୍ରତିଶତ ସୁଧ ଦେବାକୁ କୁହାଯାଉଛି ।