ବଜାରକୁ ଆସିଲା ରୟାଲ୍‌ ଏନ୍‌ଫିଲ୍ଡର ନୂଆ ଷ୍ଟାଇଲିସ୍‌ ହଣ୍ଟର ୩୫୦, ରହିଛି ଦମ୍‌ଦାର୍‌ ଫିଚର୍‌

Published By : Prameya-News7 Bureau | August 10, 2022 IST

ଭୁବନେଶ୍ୱର ୧୦।୦୮: ବଜାରରେ ଲଞ୍ଚ କଲା ରୟାଲ୍‌ ଏନ୍‌ଫିଲ୍ଡର ନୂଆ ଷ୍ଟାଇଲିସ୍‌ ହଣ୍ଟର ୩୫୦ । ମିଡ୍‌-ସାଇଜ୍‌ଡ ମୋଟରସାଇକେଲ ସେଗ୍‌ମେଣ୍ଟରେ ଗ୍ଲୋବାଲ ଲିଡର ରୟାଲ ଏନ୍‌ଫିଲ୍ଡ ପକ୍ଷରୁ ନୂଆ ହଣ୍ଟର ୩୫୦ର ଶୁଭାରମ୍ଭ କରାଯାଇଛି । ସାଉଣ୍ଡ, କଲର୍‌, ଷ୍ଟାଇଲିଙ୍ଗ୍‌, ହ୍ୟାଣ୍ଡଲିଙ୍ଗ୍‌,ପ୍ରଦର୍ଶନ ଦୃଷ୍ଟିରୁ ଫ୍ଲିଟ୍‌-ଫୁଟେଡ୍‌ ହଣ୍ଟର ୩୫୦ ରାଇଡରଙ୍କୁ ଏକ ଅନନ୍ୟ ଅନୁଭୂତି ପ୍ରଦାନ କରିବ । ନୂଆ ହଣ୍ଟର ୩୫୦ ପୁରସ୍କାରପ୍ରାପ୍ତ ୩୫୦ସିସି ଜେ-ସିରିଜ୍‌ ପ୍ଲାଟ୍‌ଫର୍ମରେ ନିର୍ମିତ ।

ତେବେ ହଣ୍ଟର ୩୫୦ ଏହାର କ୍ଷୁଦ୍ର ହ୍ୱିଲ୍‌ବେସ୍‌, ୧୭ ଇଞ୍ଚ୍‌ ଆଲୟ, ହାଲୁକା ଓଜନ ଓ କମ୍ପାକ୍ଟ ଫ୍ରେମ୍‌ ସହିତ ଚମତ୍କାର ପରିଚାଳନା ଓ ନିୟନ୍ତ୍ରଣ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ରହିଛି । ଏହା ଦୁଇଟି ସ୍ୱତନ୍ତ୍ର ଏଡିସନ- ରେଟ୍ରୋ ହଣ୍ଟର ଓ ମେଟ୍ରୋ ହଣ୍ଟର ସହ ଆସୁଛି । ଉଭୟ ଏଡିସନ ଅନ୍‌-ଟ୍ରେଣ୍ଡ୍‌, ବ୍ଲାକ୍‌ଡ-ଆଉଟ୍‌ ଇନ୍‌ ଓ କମ୍ପୋନେଣ୍ଟଗୁଡିକରେ ସୁସଜ୍ଜିତ ରହିଛି । ଏହା ଦୁଇଟି ସ୍ୱତନ୍ତ୍ର ଭାରିଆଣ୍ଟ ଓ ୮ଟି ଆକର୍ଷଣୀୟ ରଙ୍ଗ, ପ୍ରିମିୟମ, ଷ୍ଟାଇଲିସ୍‌ ଲୁକ୍‌ ଓ ଫିଲ୍‌ରେ ଆସୁଛି । ୧୪୯,୦୦୦ ଟଙ୍କା (ଏକ୍ସସୋ’ରୁମ୍‌ ଚେନ୍ନାଇ)ର ଏକ ଅତୁଳନୀୟ ପ୍ରାରମ୍ଭିକ ମୂଲ୍ୟରେ ଏହା ଲଞ୍ଚ୍‌ ହୋଇଛି ଏବଂ ଏହାର ଟିଏଚ୍‌ବିଏମ୍‌ଏସ୍‌ଆର୍‌ପି ୧୨୯୯୦୦ (ଭାଟ୍‌ ସହିତ-ବ୍ୟାଙ୍ଗ୍‌କକ୍‌) ରହିଛି । ଭାରତରେ ଏହାର ବୁକିଙ୍ଗ୍‌ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ଏ ପରିପ୍ରେକ୍ଷୀରେ ଏଇଚର ମୋଟର୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ଲାଲ୍‌ କହିଛନ୍ତି ଯେ, “ରୟାଲ୍‌ ଏନ୍‌ଫିଲ୍ଡରେ ଆମେ ଆମ ଉପଭୋକ୍ତା ଓ ସମୁଦାୟ ସହିତ ଘନିଷ୍ଠ ଭାବେ ଜଡ଼ିତ ରହିଛୁ । ଆମ ପାଖରେ ସବୁବଳେ ଉତ୍ସାହୀ ମୋଟରସାଇକ୍ଲିଷ୍ଟମାନଙ୍କର ଏକ ସେଟ୍‌ ରହିଥିଲା ଯେଉଁମାନେ ଆମର ବ୍ରାଣ୍ଡକୁ ପସନ୍ଦ କରୁଥିଲେ କିନ୍ତୁ ସେମାନେ ଆମ ପୋର୍ଟଫୋଲିଓ ମଧ୍ୟରେ ସଠିକ୍‌ ଧରଣର ମନୋଭାବକୁ ପାଇପାରୁ ନ ଥିଲେ । ହଣ୍ଟର ୩୫୦ ହେଉଛି ସେମାନଙ୍କ ପାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.