Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲକ୍ଷ୍ନୌ: ହସ୍ପିଟାଲ ବାହାରେ ଅକ୍ସିଜେନ ସିଲିଣ୍ଡରରେ ବିସ୍ଫୋରଣ, ଜଣେ ମୃତ, ୩ ଗୁରୁତର

14/09/2023 at 9:41 PM

ଲକ୍ଷ୍ନୌ ୧୪।୯: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଏକ ହସ୍ପିଟାଲ ବାହାରେ ଗୁରୁବାର ଅକ୍ସିଜେନ ସିଲିଣ୍ଡରରେ ବିସ୍ଫୋରଣ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଅକ୍ସିଜେନ ସିଲିଣ୍ଡର ବୋଝେଇ ନେଇ ଆସିଥିବା ବାହନର ଡ୍ରାଇଭର ଓ ହେଲପର ଏଥିରେ ପ୍ରଭାବିତ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ସାରା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଦୁର୍ଘଟଣା ଠାକୁରଗଞ୍ଜ ଅଞ୍ଚଳର ବାଲାଗଞ୍ଜ ଫାଣ୍ଡି ଜେପିଏସ୍ ଚିଲ୍ଡ୍ରେନ ହସ୍ପିଟାଲ ବାହାରେ ହୋଇଛି।

ସୂଚନା ଅନୁସାରେ ଫରିଦୀପୁରରେ  ସଞ୍ଜୟ ଶ୍ରୀବାସ୍ତବଙ୍କର ଏଲାଇଟ୍ ଏଣ୍ଟରପ୍ରାଇଜେସ୍ ଅକ୍ସିଜେନ ସିଲିଣ୍ଡର ପ୍ଲାଣ୍ଟ ଅଛି।  ଏଥିରେ ରହିମାବାଦର ଆରିଫ(୩୦) ବାହନ ଚାଳକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଗାଡିରେ ଉନ୍ନାବ ଜିଲ୍ଲାର ବାଙ୍ଗରମଉର ଶୋଭିତ(୨୫) ହେଲପର ରୁପେ କାମ କରୁଥିଲେ। ଗୁରୁବାର ଉଭୟ ଗାଡିରେ ଅକ୍ସିଜେନ ସିଲିଣ୍ଡର ବୋଝେଇ ନେଇ ଚିଲ୍ଡ୍ରେନ ହସ୍ପିଟାଲ ଯାଇଥିଲେ। ଦୁଇଜଣ ଗାଡିରୁ ଅକ୍ସିଜେନ ସିଲିଣ୍ଡର ଓହ୍ଲାଉଥିବା ବେଳେ ଏଥିରେ ଗୋଟିଏ ସିଲିଣ୍ଡରରେ ଅଚାନକ ବିସ୍ଫୋରଣ ହୋଇଥିଲା। ଫଳରେ ଆରିଫ ଓ ଶୋଭିତ ବେଶ୍ ଦୂରକୁ ଛିଟକିପଡିଥିଲେ।

ଏହି ବିସ୍ଫୋରଣରେ ଆରିଫ ଓ ଶୋଭିତଙ୍କ ହାତଗୋଡ଼ ଛିଣ୍ଡି ଅଲଗା ହୋଇଯାଇଛି। ଏଥିରେ ନିକଟରେ ଥିବା ଅନ୍ୟ ୨ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଘଟଣାର ସୂଚନା ପାଇ ପୋଲିସ ତୁରନ୍ତ ଚିଲ୍ଡ୍ରେନ ହସ୍ପିଟାଲ ପହଞ୍ଚିବା ସହିତ ସମସ୍ତ ଆହତଙ୍କୁ ଉଦ୍ଧାର କରି ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ଆରିଫର ମୃତ୍ୟୁ ହୋଇଛି ଓ ଶୋଭିତ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛି। ଘଟଣାସ୍ଥଳରେ ଆଇନଶୃଙ୍ଖଳା କାୟମ ଥିବା ବେଳେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

   Related Posts