ଖୁସି ଖବର: ୪୨ ଦିନରେ ପ୍ରସ୍ତୁତ ହୋଇପାରେ ଅକ୍ସଫୋର୍ଡର କରୋନା ଭ୍ୟାକସିନ

Published By : Prameya-News7 Bureau | August 30, 2020 IST

ନୂଆଦିଲ୍ଲୀ ୩୦।୦୮: ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟର କରୋନା ଭାଇରସ ଭ୍ୟାକସିନ ଉପରେ ସାରା ଦୁନିଆର ନଜର ରହିଛି। ଭ୍ୟାକସିନର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ରହିଛି। express.co.ukରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସବୁଠୁ ଭଲ ସ୍ଥିତିରେ ଅକ୍ସଫୋର୍ଡର ଭ୍ୟାକସିନ ଆଜିଠୁ କେବଳ ୪୨ ଦିନ ପରେ ଅର୍ଥାତ ୬ ସପ୍ତାହରେ ପ୍ରସ୍ତୁତ ହୋଇପାରେ।

ରିପୋର୍ଟ ଅନୁଯାୟୀ ବ୍ରିଟେନ୍‌ର ସରକାର ସଣ୍ଡେ ଏକ୍ସପ୍ରେସକୁ କହିଛନ୍ତି ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟ ଓ ଇମ୍ପେରିୟାଲ କଲେକ ଲଣ୍ଡନର ବୈଜ୍ଞାନିକ ଭ୍ୟାକସିନ ପ୍ରସ୍ତୁତିର ନିକଟତର ପହଞ୍ଚିଲେଣି। ବ୍ରିଟେନରେ ଭ୍ୟାକସିନର ଉତ୍ପାଦନକୁ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।  ବୈଜ୍ଞାନିକଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ବ୍ରିଟେନବାସୀଙ୍କୁ ଖୁବ୍ ଅଳ୍ପ ସମୟରେ ଭ୍ୟାକସିନ ମିଳିଯିବ। କିନ୍ତୁ ବ୍ରିଟେନର ମନ୍ତ୍ରୀ ଏବେଠୁ କିଛି ଖୋଲାଖୋଲି କହିବାକୁ ଚାହୁଁ ନାହାନ୍ତି।

{"id":322572,"sizeSlug":"large"}

ସଣ୍ଡେ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ସବୁଠୁ ଭଲ ସ୍ଥିତିରେ  ୬ ସପ୍ତାହରେ ଭ୍ୟାକସିନର ପରୀକ୍ଷଣ ପୂରା ହୋଇପାରେ। ଯଦି ସବୁ କିଛି ଯୋଜନା ଅନୁରୂପ ଚାଲେ ତେବେ ଏହା ଗେମ ଚେଞ୍ଜର ହୋଇପାରେ। ଭ୍ୟାକସିନ ପ୍ରସ୍ତୁତି କାର୍ଯ୍ୟକ୍ରମ ସହ ଜଡିତ ବ୍ୟକ୍ତି କହିଛନ୍ତି ଯଦି ବି ଆଉ କିଛି ସମୟ ଲାଗେ ତଥାପି ଆମେ କହି ପାରିବା ଯେ ଅକ୍ସଫୋର୍ଡ ଓ ଇମ୍ପେରିୟାଲ କଲେଜର ବୈଜ୍ଞାନକ ଭ୍ୟାକସିନ ପ୍ରସ୍ତୁତି ନିକଟରେ ପହଞ୍ଚି ଗଲେଣି। ଏହା ପରେ ଲକ୍ଷାଧିକ ଡୋଜ  ତିଆରି କରାଯିବାର ଆବଶ୍ୟକତା ରହିଛି।

ବ୍ରିଟେନର ଭ୍ୟାକସିନ ଟାସ୍କଫୋର୍ସର ପ୍ରମୁଖ କେଟ ବିଙ୍ଘମ କହିଛନ୍ତି ସେମାନେ ଭ୍ୟାକସିନକୁ ନେଇ ସାବଧାନ ଅବଲମ୍ବନ କରୁଛନ୍ତି।  ସେ କହିଛନ୍ତି ସମସ୍ତ ଜରୁରୀ କାମ ଆମେ କରୁଛୁ ଏବଂ ତରବରିଆ ଭାବେ ଉତ୍ସବ ପାଳନ କରିବାକୁ ଉଦ୍ୟମ କରାନଯାଉ। ଆଶା କରାଯାଉଛି କ୍ରିସମାନ ପୂର୍ବରୁ ଭ୍ୟାକସିନର ପରୀକ୍ଷଣର ଫଳାଫଳ ଆସିଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.