ଭାକସିନ ନେଲେ ବି ରହିଛି ଓମିକ୍ରନ ଭୟ : ବୁଷ୍ଟର ଡୋଜ୍ ପାଇଁ ପରାମର୍ଶ ଦେଲେ ଅକ୍ସଫୋର୍ଡ ୟୁନିଭର୍ସିଟି ବୈଜ୍ଞାନିକ

Published By : Prameya-News7 Bureau | December 16, 2021 IST

ନୂଆଦିଲ୍ଲୀ ୧୬/୧୨: ଓମିକ୍ରନ୍ ଆଗରେ ଫେଲ୍ ଭାକସିନ୍ । ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଛନ୍ତି କିମ୍ବା ଟିକା ନେଇଛନ୍ତି ସେମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଫାଇଜର ଓ ଆଷ୍ଟ୍ରାଜେନେକା ଟିକା ନେଇଥିବା ବ୍ୟକ୍ତିଙ୍କୁ ନେଇ ହୋଇଥିବା ଗବେଷଣାରୁ ଏହି ତଥ୍ୟ ମିଳିଛି ।

ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡ ଗବେଷକଙ୍କ କହିବାନୁସାରେ, ଓମିକ୍ରନ୍ ଭାରିଆଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଦେଉଛି  । ଯେଉଁମାନେ ପୂର୍ବରୁ ଟିକା ନେଇଛନ୍ତି କିମ୍ବା ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ବିପଦ ରହିଛି । କିନ୍ତୁ ଏହି ଭାଇରସ ଅତି ଭୟଙ୍କର ହେବା ନେଇ କୌଣସି ପ୍ରମାଣ ଏବେସୁଦ୍ଧା ମିଳିନାହିଁ ।

ଗବେଷଣାରେ ଆହୁରି ମଧ୍ୟ ଜଣାପଡିଛି ଯେ, ଯଦି ତୃତୀୟ ଡୋଜ୍ କିମ୍ବା ବୁଷ୍ଟର ଡୋଜ୍ ନିଆଯାଏ ତେବେ ସଂକ୍ରମଣ ସମ୍ଭାବନା କମ୍ ରହିଛି । ଏହି ଭାଇରସରେ ଏବେ ସେପରି କେହି ପ୍ରାଣ ହରାଇ ନାହାଁନ୍ତି । ତେବେ ବିପଦକୁ ଏଡାଇ ଦିଆଯାଇ ପାରିବ ନାହିଁ । କିନ୍ତୁ ତୃତୀୟ ଡୋଜ୍ ଜରୁରୀ ହୋଇ ପଡିଛି ।

ଗବେଷକ ତେରେସା ଲାମ୍ବେ କହିଛନ୍ତି ଯେ, ବୁଷ୍ଟର ଡୋଜ୍ ନେଲା ପରେ ଆଣ୍ଟିବଡି ଓ ଟି ସେଲ୍ ମଜବୁତ ହେବ । ଏବେ ଯେଉଁ ତଥ୍ୟ ଆସୁଛି ସେଥିରେ ଭାକସିନ୍ ନେଇଥିବା ବ୍ୟକ୍ତି ସଂକ୍ରମିତ ହେଲେ କମ୍ ଗୁରୁତର ବୋଲି ଜଣା ପଡୁଛନ୍ତି । ଅର୍ଥାତ ଭାକସିନ୍ ନେବାର ଅଧିକ ଆବଶ୍ୟକତା ରହିଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.