ମଶାଣୀରୁ ମିଲିଲା ପ୍ରେମିକ-ପ୍ରେମିକାଙ୍କ ଶବ, ହତ୍ୟାକଲା ନାବାଳିକା ପ୍ରେମିକର ଭାଇ

Published By : Prameya-News7 Bureau | January 14, 2019 IST

ରାଂଚି ୧୪/୧- ପ୍ରେମ ପାଇଁ  ହତ୍ୟାକାଣ୍ଡ । ପ୍ରେମିକ –ପ୍ରେମିକାଂକୁ ହତ୍ୟାକଲା ଜଣେ ନାବାଳକ ବନ୍ଧୁ । ଏହି ଘଟଣାର ଫର୍ଦ୍ଦାଫାଶ କରିଚି ରାଂଚି ପୋଲିସ  । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାକୁ  ସଫଳ ହୋଇଛି ।

ସୋମବାର ସକାଳେ ପୋଲିସ ଅନୁରାଗ ନାମକ ନାବାଳକର ଶବକୁ ଉଦ୍ଧାର କରିଥିଲା  । ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କଲେ ମଧ୍ୟ କୌଣସି ସୁରାକ ପାଇପାରି ନଥିଲା । ଏହି ଘଟଣାରେ  ପୋଲିସ ଘାଣ୍ଟିଚକଟି ହେଉଥିବା ବେଳେ, ସେହି ସ୍ଥାନରୁ ପୁଣି ଆଉ ଜଣେ ନାବାଳିକାର ଶବକୁ ଉଦ୍ଧାର କରିବା ଘଟଣା ଆହୁରି ସନ୍ଦେହ ସୃଷ୍ଟି କରିଥିଲା । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେବାପରେ ପ୍ରକୃତ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି । ହତ୍ୟାକାଣ୍ଡର କାରଣ ମଧ୍ୟ ଜାଣିବାକୁ ପାଇଛି ପୋଲିସ ।

ଅଳକାପୁରୀ ନିବାସୀ ଅନୁରାଗ ହତ୍ୟାକାଣ୍ଡର ଫର୍ଦ୍ଦାଫାଶ କରିବାକୁ ପୋଲିସକୁ ମିଳିଯାଇଥିଲା ସୁରାକ । ଏହି ହତ୍ୟାକାଣ୍ଡ ପଛରେ ଅନର କିଲିଂର ଠୋସ୍ ପ୍ରମାଣ ମିଳିପାରିଥିଲା । ନାବଳିକାଙ୍କ ଶବ ମିଳିବାପରେ ଅନୁରାଗ ସହ ଥିବା ସଂପର୍କ ହିଁ ଜଣାଇଦେଇଥିଲା ଏହି ହତ୍ୟାକାଣ୍ଡର କାରଣ । ଏହି ହତ୍ୟାକାଣ୍ଡ ପଛରେ ନାବାଳିକାଙ୍କ ଭାଇଥିବା ପୋଲିସ ଜାଣିବାକୁ ପାଇଥିଲା ।

ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି, ନାବାଳିକାଙ୍କ ସହ ଅନୁରାଗର ପ୍ରେମ ସଂପର୍କ ଥିଲା । ନାବାଳିକାଙ୍କ ପରିବାର ଏହି ପ୍ରେମ ସଂପର୍କକୁ ସହଜରେ ଗ୍ରହଣ କରି ପାରୁ ନଥିଲେ । ସେଥିପାଇଁ ସବୁବେଳେ ନାବାଳିକାକୁ ଅନୁରାଗ ସହିତ ମିଶିବାକୁ ବାରଣ କଲେ ମଧ୍ୟ ନାବାଳିକା ପରିବାର ଲୋକଙ୍କ କଥା ମାନୁ ନଥିଲେ । ଫଳରେ ଅନୁରାଗକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ନାବାଳିକାଙ୍କ ଭାଇ ଅନୋମଲ ଏହି ହତ୍ୟାକାଣ୍ଡର ଯୋଜନା ।

ଅନୁରାଗର ଶବ ରାତୁ ରୋଡ଼ ଶଶ୍ମାନରୁ ମିଳିବା ପରେ ତା ପରଦିନ ନାବାଳିକାଙ୍କ ଶବ ସେହି ସ୍ଥାନରୁ ମିଳିଥିଲା । ଏହି ଘଟଣାକୁ ପୋଲିସକୁ  ଧରିବାକୁ ସହଜ ହୋଇଥିଲା । ପୋଲିସ ପ୍ରାଥମିକ ସନ୍ଦେହରୁ ଜାଣିପାରିଥିଲା ଏହି ଅନରକିଲିଂ ବୋଲି ।

ଅନୁରାଗକୁ ଅନମୋଲ ସଂଧ୍ୟାରେ ଭେଟିବାକୁ ଡ଼ାକିଥିଲା । ଏହି ସମୟରେ କିଛିବନ୍ଧୁଙ୍କ ମିଶି ଅନମୋଲ ମଦ ପିଉଥିଲା । ସେମାନେ ଅନୁରାଗକୁ ଏହି ପ୍ରେମପ୍ରସଂଗରେ ପଚାରିବା ପରେ ପାଟିତୁଣ୍ଡ ହୋଇଥିଲା । ଫଳରେ ଅନୁରାଗକୁ ସେମାନେ ମାରିଦେଇଥିବା କଥା ପୋଲିସକୁ କହିଛି ଅନମୋଲ ।

ନାବାଳିକାଙ୍କୁ ଏହି ପ୍ରେମପ୍ରସଙ୍ଗକୁ ନେଇ ମଧ୍ୟ ହତ୍ୟାକରାଯାଇଥିବାର କଥା ଅନମୋଲ ପ୍ରକାଶ କରିଛି । ପୋଲିସ ମୁଖ୍ୟ ଅଭିଯୁକ୍ତ ଅନମୋଲକୁ ଧରିବା ସହ ଆଉ ଦୁଇଜଣ ସହଯୋଗୀଙ୍କୁ ଧରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.