ଗରିବ ପିଲାଙ୍କୁ ଫ୍ରି'ରେ କେକ୍‌ ବାଣ୍ଟୁଛନ୍ତି ବେକରୀ ମାଲିକ, ଫଟୋ ସେୟାର କଲେ IAS ଅଫସର୍‌

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ ୧୪।୦୮: ସାଧାରଣତଃ ରେସ୍ତୋରାଁରେ ଖାଦ୍ୟ ଅର୍ଡର୍‌ କରିବା ସମସ୍ତ ପାଇଁ ସମାନ ନୁହେଁ ।  କାହିଁକି ନା ଗରିବ ଲୋକଙ୍କ ଭାଗ୍ୟରେ ଏହା ଜୁଟେ ନାହିଁ । ଅଧିକାଂଶ ଗରିବ ଦିନକୁ ଦି’ଓଳି ଖାଦ୍ୟ ଯୋଗାଡ଼ କରିବା ବହୁତ ମୁଶକିଲ୍‌ ହୋଇଥାଏ । ସେମାନଙ୍କ ଇଚ୍ଛା ଇଚ୍ଛାରେ ହିଁ ରହିଯାଏ । ଉତ୍ତରପ୍ରଦେଶରେ ଜଣେ ଦୟାଳୁ ମିଠା ଦୋକାନ ମାଲିକ ଏପରି କିଛି କରିଛନ୍ତି । ଯାହା ଦେଖିଲା ପରେ ଆପଣ ବି ଖୁସି ହୋଇଯିବେ ।

ଏହି ମିଠା ଦୋକାନର ନାମ କନକ ସ୍ୱିଟ୍‌ସ । ଉତ୍ତରପ୍ରଦେଶର ଦେଓରିୟା ଟାଉନ୍‌ରେ ଏହା ଅବସ୍ଥିତ । ଗରିବ ଅନାଥଙ୍କୁ ଦାନା ଦେଉଥିବା ଦୋକାନ ମାଲିକଙ୍କ ନିସ୍ୱାର୍ଥପର ଭାବେ ମାଗଣା କେକ୍‌ ଖାଇବାକୁ ଦେଇ ନିଜର ମହନୀୟତାର ପରିଚୟ ଦେଇଛନ୍ତି । ତାଙ୍କ ଉଦାରତାର ଫଟୋ ଏବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେଉଛି। ଛତିଶଗଡ଼ କ୍ୟାଡର ଆଇଏଏସ୍‌ ଅଫିସର ଅୱନିଶ ଶରଣ ଏକ ମିଠା ଦୋକାନର ଫଟୋ ଟ୍ୱିଟରରେ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି ‘ଦୋକାନ ମାଲିକଙ୍କ ପାଇଁ ଭଲପାଇବା ଓସମ୍ମାନ’ ।

ଏକ କାଚ ଶୋ’କେସ୍‌ ଭିତରେ କେକ୍‌, ବନ୍‌ ଓ ଚକ୍‌ଲେଟ୍‌ ରଖାଯାଇଥିବା ଫଟୋରେ ଦେଖିବାକୁ ମିଳିଛି । ଖଣ୍ଡେ କାଗଜରେ କେବଳ ଉଲ୍ଲେଖ ହୋଇଛି ‘ଫ୍ରି । ଫ୍ରି । ଫ୍ରି ।’ । ୦-୧୪ ବର୍ଷ ବୟସର ପିଲା, ଯେଉଁମାନଙ୍କର ମା’ବାପା ନାହାନ୍ତି; ସେମାନେ ମାଗଣାରେ କେକ୍‌ ନେଇପାରିବେ ।’  ଏହି ଫଟୋ ଟ୍ୱିଟର୍‌ରେ ହଜାର ହଜାର ୟୁଜର୍‌ଙ୍କ ହୃଦୟ ଜିତିଛି । ସୋସିଆଲ ମିଡିଆରେ ଏହାକୁ ଖୁବ୍‌ ସେୟାର କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.