ପ୍ରାଣୀ ଚିକିତ୍ସକ ଆନ୍ଦୋଳନ ଇଫେକ୍ଟ, ବାଛୁରୀ ଛୁଆକୁ ଧରି ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଅଫିସ ଆସିଲେ ମାଲିକ

Published By : Prameya-News7 Bureau | February 06, 2024 IST

ଅନୁଗୁଳ ୦୬/୦୨: ମଳଦ୍ଵାର ନ ଥିବା ବାଛୁରୀ ଛୁଆକୁ ଧରି ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଅଫିସ ଆସିଲେ ବାଛୁରୀ ମାଲିକ । ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ୪ ଦିନ ତଳେ ନବଜାତ ଏକ ବାଛୁରୀ ଛୁଆର ମଳ ଦ୍ୱାର ନ ଥିବାରୁ, ବାଛୁରୀ ଛୁଆକୁ ଧରି ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲେ ନୂଆଁହତା ଗ୍ରାମର ବାଛୁରୀ ଛୁଆର ମାଲିକ ତରୁଣ କୁମାର ସାମଲ ।

ଜନ୍ମରୁ ମଳଦ୍ଵାର ନ ଥିବାରୁ ତାର ଚିକିତ୍ସା ପାଇଁ ସେ ପ୍ରଥମେ ବଅଁରପାଳ ପ୍ରାଣି ଚିକିତ୍ସା କେନ୍ଦ୍ରକୁ ଯାଇଥିଲେ । କିନ୍ତୁ ସେଠି ସେ ନିରାଶ ହେଲା ପରେ ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା କେନ୍ଦ୍ରକୁ ଯାଇଥିଲେ । ସେଠୁ ମଧ୍ୟ ସେ ନିରାଶ ହୋଇଥିଲେ । ପରେ ବାଧ୍ୟହୋଇ ଜିଲ୍ଲାପାଳଙ୍କ ଅଫିସକୁ ଯାଇଥିଲେ । କିନ୍ତୁ ସେଠି ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା ।

ନିରାଶ ହେବାର କାରଣ ହେଲା କିଛିଦିନ ହେବ ପ୍ରାଣି ଚିକିତ୍ସକ ସମୂହ କିଛି ଦାବିନେଇ ଧାରଣାରେ ବସିଛନ୍ତି । ତେଣୁ କାର୍ଯ୍ୟବନ୍ଦ ଆନ୍ଦୋଳନ ରହିଛି । ପବ୍ଲିକର ଦୁଖଃକୁ ବୁଝୁଛନ୍ତି କିନ୍ତୁ ସେମାନ ନାଚାର ବୋଲି କହିଥିଲେ ପ୍ରାଣି ଚିକିତ୍ସକ । ସେପଟେ ଜିଲ୍ଲାପାଳ ମଧ୍ୟ ପବ୍ଲିକ ଗ୍ରୀଭାନ୍ସ ପାଇଁ ତାଳଚେର ଯାଇଥିବାରୁ ଜିଲ୍ଲାପାଳଙ୍କ ଦେଖା ପାଇନଥିଲେ ବାଛୁରୀ ଛୁଆର ମାଲିକ । ଶେଷରେ ଜଣେ ସାମାଜିକ କର୍ମୀଙ୍କ ସହାୟତାରେ ବାଛୁରୀର ଅସ୍ତ୍ରୋପଚାର ହୋଇଥିବା ସୂଚନା ମିଳିଛି । ବାଛୁରୀଟି ସାମାନ୍ୟ ସୁସ୍ଥଥିବା ସୂଚନା ମିଳିଛି ।

you can also read...

wp:embed {"url":"https://www.prameyanews7.com/loot-at-kundisahi-village-at-anandpur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/loot-at-kundisahi-village-at-anandpur/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.