oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

କଙ୍ଗନାଙ୍କୁ ଓୱେସୀଙ୍କ ଟାର୍ଗେଟ: ଦେଶଦ୍ରୋହ କେବଳ ମୁସଲମାନଙ୍କ ପାଇଁ, ଆମେ କହିଥିଲେ ମାରି ମାରି ଅବସ୍ଥା ସାଙ୍ଘାତିକ କରିଦେଇଥାନ୍ତେ

15/11/2021 at 4:37 PM

ହାଇଦ୍ରାବାଦ ୧୫/୧୧ : କଙ୍ଗନା ରଣାୱତ ଦେଶ ୨୦୧୪ରେ ସ୍ୱାଧୀନ ହୋଇଥିବା ବୟାନ ଦେଇ ବିବାଦ ଘେରରେ ଅଛନ୍ତି। ସୋସିଆଲ ମିଡ଼ିଆରେ ତାଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାହାର କରିନେବାକୁ ଦାବି ଜୋର ଧରିଛି। ତାଙ୍କ ବିରୋଧରେ ସାରା ଦେଶରେ ପ୍ରଦର୍ଶନ କରାଯାଉଛି। ତେବେ ବିବାଦୀୟ ବୟାନ ପରେ ମଧ୍ୟ କଙ୍ଗନା କ୍ଷମା ମାଗିବାକୁ ପ୍ରସ୍ତୁତ ନୁହନ୍ତି। ଓଲଟା ସେ ପ୍ରଶ୍ନ କରିଛନ୍ତି ଯେ ୧୯୪୭ ରେ କେଉଁ ଯୁଦ୍ଧ ହୋଇଥିଲା, ମୁଁ ଜାଣିନାହିଁ। ଯଦି ମୋତେ କିଏ କହିଦିଏ ତାହେଲେ ମୁଁ ପଦ୍ମଶ୍ରୀ ଫେରାଇଦେବି ଓ କ୍ଷମା ମାଗିବି। କଙ୍ଗନାଙ୍କ ଏହି ବୟାନ ପରେ ଅସଦୁଦ୍ଦିନ ଓୱେସୀ ତାଙ୍କୁ ଟାର୍ଗେଟ କରିଛନ୍ତି।

ଓୱେସୀ ପ୍ରଶ୍ନ କରିଛନ୍ତି ଯେ ଦେଶଦ୍ରୋହ କେବଳ ମୁସଲମାନଙ୍କ ପାଇଁ କାହିଁକି ? କଙ୍ଗନାଙ୍କ ବିରୋଧରେ ଦେଶଦ୍ରୋହ ଆରୋପ ଲଗାଯିବ କି ? ସେ କହିଛନ୍ତି ଯଦି ଆମେ ଏହି କଥା କହିଥାନ୍ତୁ ତାହେଲେ ଯୁଏପିଏ ଲାଗିଯାଇଥାନ୍ତା, ମାରି ମାରି ଅବସ୍ଥା ସାଙ୍ଘାତିକ କରିଦିଆ ଯାଇଥାନ୍ତା। ଜଣେ ମ୍ୟାଡ଼ାମ କହିଛନ୍ତି ୨୦୧୪ରେ ଦେଶ ଅସଲରେ ସ୍ୱାଧୀନ ହୋଇଛି। ସେ ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ ଦେଶ ୧୯୪୭ ରେ ସ୍ୱାଧୀନ ହୋଇଥିଲା ନା ୨୦୧୪ ରେ।

କଙ୍ଗନାଙ୍କ ବୟାନକୁ କଟାକ୍ଷ କରି ଓୱେସୀ କହିଛନ୍ତି, ସେ କ୍ୱିନ ଓ ଆପଣ କିଙ୍ଗ (ଯୋଗୀ ଆଦିତ୍ୟନାଥ) କିନ୍ତୁ ଆପଣ କିଛି କରିବେନି। ବାବା ଇଣ୍ଡିଆ-ପାକିସ୍ତାନ ଟି-୨୦ ମ୍ୟାଚ ପରେ ଟିପ୍ପଣୀ ଦେଇଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହ ଆରୋପରେ ଜେଲରେ ଭର୍ତ୍ତି କରିବାକୁ ଧମକ ଦେଇଥିଲେ।

ବିବାଦ ପରେ କଙ୍ଗନା ଲେଖିଥିଲେ, ‘ମୁଁ ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଆଧାରିତ ଫିଲ୍ମରେ କାମ କରିଛି। ୧୮୫୭ ଯୁଦ୍ଧ ଉପରେ ବହୁତ ରିସର୍ଚ୍ଚ କରିଛି। ରାଷ୍ଟ୍ରବାଦ ସହ ଦକ୍ଷିଣପନ୍ଥୀର ମଧ୍ୟ ଉଭା ହେଲା, କିନ୍ତୁ ହଠାତ୍ ଏହା କିପରି ଶେଷ ହେଲା? ଗାନ୍ଧିଜୀ ଭଗତ ସିଂହଙ୍କୁ କାହିଁକି ମାରିବାକୁ ଦେଲେ ? କାହିଁକି ସୁବାଷଘ ବୋଷଙ୍କ ହତ୍ୟା ହୋଇଥିଲା। କାହିଁକି ଗାନ୍ଧିଜୀ ତାଙ୍କୁ କେବେ ସମର୍ଥନ କରିନଥିଲେ। କାହିଁକି ବିଭାଜନ ରେଖା ଜଣେ ଇଂରେଜ ଦ୍ୱାରା ଟଣାଯାଇଥିଲା ? ସ୍ୱାଧୀନତାର ଖୁସି ମନାଇବା ଛାଡି ଭାରତୀୟ ପରସ୍ପରକୁ ହତ୍ୟା କରୁଥିଲେ।’ ସେ କହିଛନ୍ତି ତାଙ୍କୁ ଏମିତି କିଛି ପ୍ରଶ୍ନର ଉତ୍ତର ଦରକାର ଏବଂ ଏଥିପାଇଁ ତାଙ୍କୁ ସାହାଯ୍ୟ ଦରକାର।  

   Related Posts