scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

କେଜରିୱାଲ୍‌ ଚରମ ହିନ୍ଦୁବାଦୀ, କେନ୍ଦ୍ର ବିରୋଧରେ ମୁଁ ତାଙ୍କୁ ସମର୍ଥନ କରିବିନି: ଅସଦୁଦ୍ଦିନ ଓୱେସୀ

31/05/2023 at 5:45 PM

ନୂଆଦିଲ୍ଲୀ: ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲ୍ ଚରମ ହିନ୍ଦୁବାଦୀ ନେତା। ତେଣୁ କେନ୍ଦ୍ର ସରକାରଙ୍କର ଅର୍ଡିନାନ୍ସ ବିରୋଧରେ ତାଙ୍କୁ ସମର୍ଥନ ଦେବି ନାହଁ ବୋଲି କହିଛନ୍ତି ଅଲ୍‌ ଇଣ୍ଡିଆ ମଜ୍‌ଲିସ୍-ଇ- ଇତ୍ତାହାଦୁଲ ମୁସ୍ଲିମୀନ(ଏଆଇଏମ୍ଆଇଏମ୍‌)ର ମୁଖ୍ୟ ଅସଦୁଦ୍ଦିନ ଓୱେସୀ।

ଦିଲ୍ଲୀର ସେବା ଉପରେ କେନ୍ଦ୍ର ସରକାରଙ୍କର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କର ଅର୍ଡିନାନ୍ସ ବିରୋଧରେ ବିରୋଧୀ ଦଳର ନେତାମାନଙ୍କର ସମର୍ଥନ ଖୋଜୁଛନ୍ତି ଅରବିନ୍ଦ କେଜରିୱାଲ୍। ଏନେଇ ଓୱେସୀ କହିଛନ୍ତି “ ଧାରା ୩୭୦ ଉପରେ କେଜରିୱଲ୍ କାହିଁକି ବିଜେପିକୁ ସମର୍ଥନ କଲେ। ମୁଁ କେଜରିୱାଲ୍‌ଙ୍କୁ ସମର୍ଥନ ଦେବି ନାହିଁ। କାରଣ ସେ କେବଳ ସୁକ୍ଷ୍ମ ହିନ୍ଦୁତ୍ୱକୁ ଅନୁସରଣ କରନ୍ତୁ ନାହିଁ ବରଂ ସେ ଜଣେ ଚରମ ହିନ୍ଦୁବାଦୀ।”

Why Did Centre Bring Ordinance On Delhi Postings? Officers Cite 5 Reasons

୨୦୧୯ ଅଗଷ୍ଟ ୫ ତାରିଖରେ ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ହଟାଯିବା ପରେ କେଜରିୱାଲ୍ ସରକାର କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଥିଲେ। ସେ ଟ୍ୱିଟ୍ କରି ଲେଖିଥିଲେ “ ଜାମ୍ମୁ-କାଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟକୁ ଆମେ ସମର୍ଥନ କରୁଛୁ। ଆମେ ଆଶା କରୁଛୁ ଯେ ଏହି ନିଷ୍ପତ୍ତି ରାଜ୍ୟରେ ଶାନ୍ତି ଓ ବିକାଶ ଆଣିଦେବ।”

Kejriwal meets Uddhav Thackeray to seek support against Centre's ordinance  - Lagatar English

ତେବେ କେନ୍ଦ୍ର ଅର୍ଡିନାନ୍ସ ବିରୋଧରେ କେଜରିୱାଲ୍ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧବ ବାଲାସାହେବ ଠାକ୍‌ରେ ନେତା ଉଦ୍ଧବ ଠାକରେ, କେ ଚନ୍ଦ୍ରଶେଖର ରାଓ, ତେଜସ୍ୱୀ ଯାଦବ, ଏବଂ ମମତା ବାନାର୍ଜୀ, ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭେଟି ସମର୍ଥନ ମାଗିଛନ୍ତି। ଏଥିସହିତ ସେ ଖୁବ୍‌ଶୀଘ୍ର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌କୁ ଭେଟିବେ ବୋଲି ସୂଚନା ମିଳିଛି।

Mamata Banerjee denied permission to meet Arvind Kejriwal by LG Anil  Baijal; AAP asks is this 'undeclared emergency'

ସୂଚନା ଥାଉକି, ଦିଲ୍ଲୀରେ ଗଣତନ୍ତ୍ରିକ ଉପରାୟ ନିର୍ବାଚିତ ହୋଇଥିବା ଆପ୍ ସରକାରଙ୍କୁ ଦୁର୍ବଳ କରିଦେବାକୁ କେନ୍ଦ୍ର ସରକାର ଏକ ଅର୍ଡିନାନ୍ସ ଆଣିଥିବା ଅଭିଯୋଗ ହୋଇଛି। ଏହି ଅର୍ଡିନାନ୍ସରେ ଆଇଏଏସ୍‌ଙ୍କ ଭଳି ଗ୍ରୁପ୍ ଏ ଅଫିସରଙ୍କ ଟ୍ରାନ୍ସଫର ପାଇଁ ଏକ ଜାତୀୟ ରାଜଧାନୀ ସିଭିଲ ସର୍ଭିସ ପ୍ରାଧିକରଣ ଗଠନ କରାଯିବ। ଉପରାଜ୍ୟପାଳ ଏହାର ଅନ୍ତିମ ନିଷ୍ପତ୍ତିକାରକ ହେବ।

ଏହାଦ୍ୱାରା କେନ୍ଦ୍ର ସରକାର ଯେତେବେଳେ ଚାହିଁବେ ଯେଉଁ ଅଫିସରଙ୍କୁ ଟ୍ରାନ୍ସଫର କରିପାରିବେ ଓ ନିଯୁକ୍ତି ଦେଇପାରିବେ। ଏଥିରେ ଗଣତାନ୍ତ୍ରିକ ସରକାରର କୌଣସି ଭୂମିକା ରହିବ ନାହିଁ। ଯାହା ସୁପ୍ରିମକୋର୍ଟ ନିର୍ଦ୍ଦେଶ ବିରୋଧରେ ବୋଲି କହି ଦାବି କରିଛି ଆପ୍। ଏହା ବିରୋଧରେ ବିରୋଧୀଙ୍କ ସମର୍ଥନ ଲୋଡ଼ିଛି।  

   Related Posts