ହାଇଦ୍ରାବାଦ ୨୯/୧୧ : ଆଗାମୀ ୧ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁଥିବା ହାଇଦ୍ରାବାଦ ନଗର ନିଗମ ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି ନିଜର ସ୍ଥିତି ମଜବୁତ ଥିବା ଦର୍ଶାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦରେ ଜୋରସୋରରେ ପ୍ରଚାର କରୁଛନ୍ତି। ବିଜେପି ପ୍ରଚାର ଅଭିଯାନକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଆକ୍ଷେପ କରିଛନ୍ତି।
ଶନିବାର ଦିନ ଲାଙ୍ଗର ହାଉସରେ ହୋଇଥିବା ଏକ ରାଲିରେ ଓୱେସୀ କହିଥିଲେ ଯେ, ଏହା ହାଇଦ୍ରାବାଦ ନିର୍ବାଚନ ଭଳି ଜଣାପଡ଼ୁନାହିଁ। ଲାଗୁଚି ଯେମିତି ନରେନ୍ଦ୍ର ମୋଦିଙ୍କ ଜାଗାରେ ଆମେ ପ୍ରଧାନମନ୍ତ୍ରୀ ନିର୍ବାଚନ କରୁଛୁ। ମୁଁ ଏକ ରାଲିରେ ଥିଲି ଏବଂ କୁହାଯାଇଥିଲା ଯେ ସମସ୍ତଙ୍କୁ ଡକାଯାଇଛି। ସେତେବେଳେ ଜଣେ ଛୋଟ ପିଲା କହିଥିଲା ଯେ ଟ୍ରମ୍ପଙ୍କୁ ମଧ୍ୟ ଡାକିବାର ଥିଲା। ଟ୍ରମ୍ପ ହିଁ ବାକି ରହିଗଲେ।' ଏହା ପୂର୍ବରୁ ମଧ୍ୟ ଓୱେସୀ ବିଜେପିକୁ ଆକ୍ଷେପ କରି କହିଥିଲେ ଯେ ଡିସେମ୍ବର ୧ ତାରିଖରେ ଜନତା ଡେମୋକ୍ରାଟିକ ଷ୍ଟ୍ରାଇକ କରିବ।
{"id":369591,"sizeSlug":"large"}ଶନିବାର ଦିନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଇଦ୍ରାବାଦରେ ପହଞ୍ଚିଥିଲେ। ସେ ସେଠାରେ ରୋଡ଼ ଶୋ' କରିଥିଲେ ଓ ରାତିରେ ଏକ ସଭାକୁ ସମ୍ବୋଧନ କରିଥିଲେ। ରୋଡ଼ ଶୋ' ବେଳେ ଜନତା ଯୋଗୀଙ୍କୁ କହିଥିଲେ ଯେ ହାଇଦ୍ରାବାଦ ନାଁ ବଦଳାଇ ଭାଗ୍ୟନଗର ହୋଇଯିବ ଉଚିତ। ଜବାବରେ ଯୋଗୀ କହିଥିଲେ ହଁ ନିଶ୍ଚୟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ଦିନ ହାଇଦ୍ରାବାଦରେ ରୋଡ଼ ଶୋ' କରିଥିଲେ।
ଅପରପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତାର ବିଜେପିକୁ ବାହାର ଲୋକଙ୍କ ଦଳ ବୋଲି କହୁଛନ୍ତି ଏବଂ କାହାର ନାଁ ନ ନେଇ ଆରୋପ ଲଗାଇଛନ୍ତି ଯେ ବାହାର ଲୋକ ନିର୍ବାଚନ ସମୟରେ ଆସି ରାଜ୍ୟରେ ଅଶାନ୍ତି କରୁଛନ୍ତି। ଏପଟେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଶନିବାର ଦିନ କହିଥିଲେ ଯେ କିଛି ବିଭାଜକ ଶକ୍ତି ଶାନ୍ତି ଭଙ୍ଗ କରିବାକୁ ସହରରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।