ଫିଫା ବିଶ୍ୱ କପ୍‌ରେ ବଲାଙ୍ଗୀର ଓଭୋ ଫାର୍ମ ଅଣ୍ଡା, ଗୋଟିଏ ଦିନରେ ବାହାରୁଛି ୧୦ ଲକ୍ଷ

Published By : Prameya-News7 Bureau | December 02, 2022 IST

ବଲାଙ୍ଗୀର ୦୨/୧୨: ବିଶ୍ୱଦରବାରରେ ଓଡିଶା ପାଇଁ ଆଣିଛି ସଫଳତା । ବଲାଙ୍ଗୀର ଓଭୋଫାର୍ମରୁ ଯାଇ ପହଂଚିଛି ଫିଫାୱର୍ଲଡ଼ କପରେ । ଆଉ ମେକଇନ ଓଡିଶାରେ ସଫଳ ଓ ଅନ୍ତର୍ଜାତୀୟ ସୁନାମ ଆଣିଥିବା ଓଭୋ ଫାର୍ମ ହେଉଛି ଜ୍ୱଳନ୍ତ ଉଦାହରଣ । ଅତ୍ୟାଧୁନିକ ଯନ୍ତ୍ରାଂଶରେ ଦିନକୁ ବାହାରୁଛି ୧୦ ଲକ୍ଷ ଅଣ୍ଡା ।

ଫିଫା ୱାର୍ଲଡ କପ୍‌ କତାରେ ଅଣ୍ଡାର ଚାହିଦା ଢ଼େର ବଢିବା ପରେ କତାରରେ ଅଣ୍ଡାର ଆମଦାନୀ ଅଧିକ ବଢ଼ି ଯାଇଛି । ଓଭୋ ଫାର୍ମ ଏକ ନମ୍ବର ଅଣ୍ଡା ଫାର୍ମ ଅଟେ । ଯେତେବେଳେ କତାରର ଦରକାର ହେଲା ଓଭୋ ଫାର୍ମ ଅଣ୍ଡା ଯୋଗାଇ ଦେବା ପାଇଁ ସାହାଯ୍ୟର ହାତ ବଢ଼ାଇଲା । ତେବେ ଅକ୍ଟୋବର ମାସରେ ଏକ କଣ୍ଟେନରରେ ୪ ଲକ୍ଷ ଅଣ୍ଡା ଯାଇଥିଲା କତାରକୁ ।

ନଭେମ୍ବର ମାସ ୨୫ ତାରିଖରେ ଲାଇବେରିଆକୁ ଯାଇଥିଲା ଏକ କଣ୍ଟେନର ୪ ଲକ୍ଷ ଅଣ୍ଡା । ତେବେ ବଲାଙ୍ଗୀର ଭଳି ଏକ ଜିଲ୍ଲାର ଏକ ଫାର୍ମରୁ ଏଭଳି ଆଣ୍ଡା ବିଦେଶକୁ ପଠାଇ ବେଶ ଖୁସି ଅନୁଭଵ କର୍ମଚାରୀ । ଏହି ଫାର୍ମର ଏମ.ଡ଼ି ତଥା ପ୍ରତିଷ୍ଠାତା ହେଉଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ପୁଅ ସୌମେନ୍ଦ୍ର ମିଶ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.