ଓଲଟିଲା ଧାନ ବୋଝେଇ ଟ୍ରକ, ଭଗବାନଙ୍କୁ ବଞ୍ଚାଇଦେଲେ ଭଗବାନ

Published By : Prameya-News7 Bureau | December 27, 2022 IST

ନୀଳଗିରି: ଧାନଟ୍ରକ ହଠାତ ମାଡି ଆସି ଯୁବକଙ୍କ ଉପରେ ଓଲଟିପଡ଼ିଲା। ଭିତରେ ଚାପି ହୋଇ ଯୁବକ ରହିଯିବା ପରେ ବହୁ କଷ୍ଟରେ ଉଦ୍ଧାର ପାଇଛନ୍ତି।ଆଉ ଭଗବାନଙ୍କୁ ଭଗବାନ ବଞ୍ଚାଇ ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା। ଏଭଳି ଘଟଣା ସନ୍ତରାଗଡ଼ିଆ ଅଞ୍ଚଳରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ଗତକାଲି ରାତିରେ ନୀଳଗିରି ବଉଳଗଡ଼ିଆ ରାସ୍ତା ନୂଆପାଟଣା ଛକରେ ସେହି ଅଞ୍ଚଳର ଭଗବାନ ସ ଓ ଟ୍ରାକ୍ଟର ଡ୍ରାଇଭର ଶରତ ବିନ୍ଧାଣି ଛିଡ଼ାହୋଇ କଥା ହେଉଥିଲେ।ହଠାତ ଏକ ୧୬ ଚକା ବିଶିଷ୍ଟ ଧାନ ବୋଝେଇ ଟ୍ରକ ମାଡି ଆସି ଭାରସାମ୍ୟ ହରାଇ ଓଲଟି ଯାଇଥିଲା।ଭଗବାନ ଟ୍ରକ ତଳେ ରହି ଯାଇଥିଲେ।ଧାନ ବୋଝେଇ ଟ୍ରକକୁ କ୍ରେନ ଓ ଜେସିବି  ସାହାଯ୍ୟରେ ଉଠାଇ ଭଗବାନ ଙ୍କୁ ଉଦ୍ଧାର କରିଥିଲେ।ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲ ରେ ଭର୍ତ୍ତି କରିବା ପରେ ବାଲେଶ୍ଵର ସ୍ଥାନାନ୍ତରିତ କରାଯାଇଛି।ତେବେ ନିଶ୍ଚିତ ମୃତ୍ୟୁ ମୁଖରୁ ଭଗବାନ ବର୍ତ୍ତୀ ଯାଇଥବା ଜଣାପଡିଛି।ଈଶ୍ୱରପୁର ଫାଣ୍ଡି ଅଧିକାରୀ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ କରି ତଦନ୍ତ କରୁଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.