ରେଳ ଷ୍ଟେସନରେ ବଡ଼ ଦୁର୍ଘଟଣା, ଯାତ୍ରୀଙ୍କ ଉପରକୁ ଖସି ପଡ଼ିଲା ଓଭରହେଡ୍‌ ପାଣି ଟାଙ୍କି

Published By : Prameya-News7 Bureau | December 13, 2023 IST

କୋଲକାତା: ରେଳ ଷ୍ଟେସନରେ ଷ୍ଟେସନରେ ବଡ଼ ଅଘଟଣ। ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବାବେ​‌ଳେ ଯାତ୍ରୀଙ୍କ ଉପରେ ଖସି ପଡ଼ିଲା ଓଭରହେଡ୍‌ ପାଣି ଟାଙ୍କି। ଫଳରେ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ବର୍ଦ୍ଧମାନ ରେଲଓ୍ବେ ଷ୍ଟେସନରେ।

ସୂଚନା ଅନୁଯାୟୀ, ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଷ୍ଟେସନରେ ଥିବା ଏକ ବିଶାଳ ଓଭରହେଡ୍ ପାଣି ଟାଙ୍କି, ପ୍ଲାଟଫର୍ମ ନମ୍ବର ୨ ଓ ୩ରେ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରକୁ ପଡ଼ିଥିଲା।  ତେବେ ଘଟଣା ପରେ ଆହତଙ୍କୁ ଉଦ୍ଧାର କରି ବର୍ଦ୍ଧମାନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ପାଣି ଟାଙ୍କିର କ୍ଷମତା ଦେଢ଼ ଲକ୍ଷ ଲିଟର ।

ଆହୁରିି ପଢ଼ନ୍ତୁ: ଫୁଟବଲ୍ ଖେଳ ବେଳେ ଅଘଟଣ; ବିଜୁଳି ମାରିବାରୁ ଜଣେ ମୃତ, ୬ ଆହତ

ତେବେ ଏହି ଦୁର୍ଘଟଣା ପରେ ବର୍ଦ୍ଧମାନ ଷ୍ଟେସନର ୧, ୨ ଓ ୩ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍ ଚଳାଚଳ ବନ୍ଦ କରିଦିଆଯାଇଛି । ଏନେଇ ଉତ୍ତର ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣା ପରେ ରେଲୱେ ଅଧିକାରୀ, ଆରପିଏଫ୍, ଜିଆରପି, ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୩ ଜଣଙ୍କୁ ରେଲୱେ ପକ୍ଷରୁ ନିଲମ୍ବିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.