ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ, ପ୍ରଶାସନର ଅବ୍ୟବସ୍ଥା, ଦୁର୍ଦ୍ଦଶା ଭୋଗୁଛନ୍ତି ଭକ୍ତ

29/01/2023 at 5:34 PM

ପୁରୀ: ଆଜି ରବିବାର ଛୁଟି ଦିନ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଥିଲେ ଲକ୍ଷାଧିକ ଭକ୍ତ। ଫଳରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିବା ବେଳେ ସିଂହଦ୍ଵାର ଠାରୁ ମର୍ଚ୍ଚିକୋଟ ଛକ ଯାଏଁ ଲାଗିଥିଲା ଭକ୍ତଙ୍କ ଲମ୍ବା ଲାଇନ୍। ତେବେ ପ୍ରତି ଶନିବାର ଓ ରବିବାର ଭକ୍ତଙ୍କ ଅତ୍ୟଧିକ ଭିଡ଼ ଯୋଗୁଁ ଲମ୍ବା ଲାଇନ୍ ହେଉଥିବା ବେଳେ ଭକ୍ତମାନଙ୍କ ସୁବିଧା ପାଇଁ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ। ଭକ୍ତ ମାନେ ଟାଇଁ ଟାଇଁ ଖରାରେ ସିଝୁଥିବା ବେଳେ ପିଇବା ପାଇଁ ବିଶୁଦ୍ଧ ପାଣି ଟୋପାଏ ମଧ୍ୟ ପାଉନାହାନ୍ତି। ଭାରତର ବିଭିନ୍ନ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଗୁଡ଼ିକରେ ଭକ୍ତଙ୍କ ସୁବିଧା ପାଇଁ ସ୍ଥାନୀୟ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଥିବା ବେଳେ ପୁରୀରେ କିନ୍ତୁ ସେଭଳି କୌଣସି ବ୍ୟବସ୍ଥା ନଥିବାରୁ ଏହାକୁ ନେଇ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ଆଜି ଦେଖିବାକୁ ମିଳିଛି ଲକ୍ଷାଧିକ ଭକ୍ତଙ୍କ ଭିଡ। ସିଂହଦ୍ଵାର ଠାରୁ ମର୍ଚ୍ଚିକୋଟ ଛକ ଯାଏଁ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍। ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଲାଗୁଛି ଦୁଇ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ। ହେଲେ ଦୁଃଖର ବିଷୟ ଭକ୍ତଙ୍କ ସୁବିଧା ପାଇଁ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ। ବିଶେଷ କରି ଶନିବାର ଓ ରବିବାର ଛୁଟି ଦିନରେ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହେଉଥିବା ବେଳେ ଭକ୍ତମାନେ ମର୍ଚ୍ଚିକୋଟ ଛକ ଯାଏଁ ଖୋଲା ଆକାଶ ତଳେ ଟାଇଁ ଟାଇଁ ଖରାରେ ଠିଆ ହେଉଛନ୍ତି।

ପରିସ୍ଥିତି ଏଭଳି ଯେ ପାଣି ଟିକେ ପିଇବା ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ଜଗାର ଭକ୍ତଙ୍କ ଅସୁବିଧାକୁ ନେଇ ସମ୍ପୁର୍ଣ୍ଣ ବେଫିକର ରହିଛି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ। କିଛି ବ୍ୟକ୍ତି ମଧ୍ୟ ଭକ୍ତଙ୍କ ଅସୁବିଧାର ଫାଇଦା ଉଠାଇ ୧୦ ଟଙ୍କାର ପାଣି ବୋତଲକୁ ୫୦ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଭାରତର ପ୍ରମୁଖ ତୀର୍ଥକ୍ଷେତ୍ର ଗୁଡ଼ିକରେ ଭକ୍ତଙ୍କ ସୁବିଧା ପାଇଁ ସ୍ଥାନୀୟ ପ୍ରଶାସନ ଅନେକ ସୁବିଧା ସୁଯୋଗ କରିଥିବା ବେଳେ ପୁରୀରେ କିନ୍ତୁ ଏନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବା ଦେଖି ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଲାଇନରେ ଥିବା ଭକ୍ତ ମାନଙ୍କ ଦୁର୍ଦ୍ଦଶା କେବଳ ଏତିକିରେ ସୀମିତ ନାହିଁ। କିଛି ସେବାୟତ ଏବଂ ପୋଲିସ ମିଳିମିଶି ଅର୍ଥ ଉପାର୍ଜନର‌ ବାଟ କାଢିଛନ୍ତି। ଭକ୍ତଙ୍କ ଅସହାୟତାର ସୁଯୋଗ ନେଇ କିଛି ସେବାୟତ, ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ମନଇଛା ଅର୍ଥ ଆଦାୟ କରି ଭକ୍ତଙ୍କୁ ଗଳା ବାଟରେ ପ୍ରବେଶ କରାଉଥିବା ସାଂଘାତିକ ଅଭିଯୋଗ ହୋଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ସହିତ ଏଭଳି ଖେଳକୁ ଦୃଢ଼ ନିନ୍ଦା କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ଭକ୍ତ। ଜନସାଧାରଣଙ୍କର ଟିକସରୁ ଦରମା ପାଉଥିବା ଜିଲ୍ଲା, ପୋଲିସ ଓ  ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ଭକ୍ତଙ୍କ ଅସୁବିଧା ପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଲଜ୍ଜାଜନକ ବୋଲି ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି। ସେପଟେ ଆଜି ରବିବାର ଥିବାରୁ ଏନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଶନିବାର ଓ ରବିବାର ଆସିଲେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ବଡ଼ଦାଣ୍ଡର ବିଭିନ୍ନ ଗଳିକନ୍ଦିର ବାସିନ୍ଦା ମାନେ ଯାତାୟାତ ପାଇଁ ପ୍ରମାଦ ଗଣନ୍ତି। କୌଣସି ନିର୍ଦ୍ଦିଷ୍ଟ ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ପୋଲିସ ପକ୍ଷରୁ ନଥିବାରୁ ସହରବାସୀ ଘରୁ ଗୋଡ଼ କାଢି ଯାତାୟତ କରିବା ଏକପ୍ରକାର ଅସମ୍ଭବ ହୋଇପଡିଲାଣି। ଯଦି ପୋଲିସ ପ୍ରଶାସନ ଏଦିଗରେ ସଚେତନ ନହୁଏ ତେବେ ପୁରୀ ସହରବାସୀଙ୍କର ଅସନ୍ତୋଷ ଉଗ୍ରରୂପ ଧାରଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

   Related Posts