suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ମଧ୍ୟପ୍ରଦେଶରେ ମଧ୍ୟ ରାତ୍ରୀରେ ଚଢ଼ାଉ; ସାରା ରାଜ୍ୟରୁ ଗିରଫ ହେଲେ ୯ ହଜାରରୁ ଅଧିକ ଅପରାଧି

11/12/2022 at 9:46 PM

ଭୋପାଳ: ମଧ୍ୟପ୍ରଦେଶରେ ଚାଲିଛି ଅପରାଧି ଖୋଜା ଅଭିଯାନ।  ରାଜ୍ୟରେ ଆଇନଶୃଙ୍ଖଳା କାଏମ ରଖିବାକୁ ମଧ୍ୟପ୍ରଦେଶ ପୁଲିସ ଶନିବାର ମଧ୍ୟ ରାତ୍ରୀରେ ଚଢ଼ାଉ କରି ସାରା ରାଜ୍ୟରୁ ଅପରାଧିକ ମାମଲା ଥିବା ୯ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରିଛି। ଏମାନଙ୍କ ନାଁରେ କିଛି ନା କିଛି ଅପରାଧିକ ମାମଲା ରହିଛି ବୋଲି ରାଜ୍ୟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।  

ଅପରାଧୀଙ୍କୁ ଧରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନରେ ୧୭ ହଜାର ପୁଲିସ କର୍ମୀ ମୁତୟନ ହୋଇଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା କାଏମ ରଖିବା ସହିତ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଫେରାର୍ ହୋଇଥିବା ଅପରାଧି, ଖସିଯାଇଥିବା ଅପରାଧିମାନଙ୍କୁ ଧରିବା ଅଭିଯାନର ଉଦ୍ଦେଶ୍ୟ ଥିଲା।

ଏହି ଅପରେସନରେ ବିଭିନ୍ନ ଜୋନ୍‌ରେ ଅତିରିକ୍ତ ଡିଜି, ଡିଆଇଜି,ଏସ୍‌ପି ଏବଂ ଅନ୍ୟ ରାଙ୍କର ଅଫିସରମାନେ ସାମିଲ ଥିଲେ। ଏଥିର ୯ ହଜାର ଅପରାଧିଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ମଧ୍ୟରୁ କିଛି ଫେରାର୍ ଅପରାଧି ବି ରହିଛନ୍ତି। ଗିରଫମାନଙ୍କ ମଧ୍ୟରେ ପାଖାପାଖି ୬ ହଜାର ଅପରାଧିଙ୍କ ନାଁରେ ଗିରଫ ପରୱାନା ଏବେ ବି ପଡ଼ି ରହିଛି।

୨୬୦୦ ସ୍ଥାୟୀ ୱାରେଣ୍ଟ, ପାଖାପାଖି ୧୦୦ ଫେରାର ଓ ୨୦୦ ଅପରାଧିଙ୍କ ମୁଣ୍ଡ ଉପରେ ପୁରସ୍କାର ଘୋଷଣା କରାଯାଇଥିଲା। ସେହିପରି ବିଭିନ୍ନ ଜିଲ୍ଲାରୁ ବହିଷ୍କାର କରାଯାଇଥିବା ଅପରାଧିଙ୍କ ଉପରେ ନଜର ରଖାଯାଇଛି ବୋଲି ମଧ୍ୟପ୍ରଦେଶ ପୁଲିସ କହିଛି।       

   Related Posts