ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୧୦୦୦ ପାର୍, ୧୫୦୦ରୁ ଅଧିକ ଆହତ

Published By : Prameya-News7 Bureau | June 22, 2022 IST

କାବୁଲ: ଆଫଗାନିସ୍ତାନ ଭୟଙ୍କର ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୧୦୦୦ ପାର୍ କରିଛି। ବୁଧବାର ପାକିସ୍ତାନ ନିକଟ ବର୍ଡର ଏରିଆରେ ପାହାଡ଼ିଆ ଅଞ୍ଚଳରେ ଶକ୍ତିଶାଳୀ ଭୀମିକମ୍ପ ହୋଇ। ଯେଉଁଥିରେ ମୃତ୍ୟ ସଂକ୍ୟା ୧୦୦୦ ହୋଇଥିବା ବେଳେ ୧୫୦୦ ଜଣ ଆହତ ହୋଇଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।  

{"id":645705,"width":842,"height":558,"sizeSlug":"full","linkDestination":"none"}

ପାକିସ୍ତାନ ବର୍ଡରକୁ ଲାଗି ପଶ୍ଚିମ ଆଫଗାନିସ୍ତାନର ଏରିଆର ପାହାଡ଼ିଆ ଅଞ୍ଚଳ ଖୋଷ୍ଟ ଓ ପାକ୍ତିକା ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୧ ରହିଥିଲା। ଘଟଣା ସ୍ଥଳରେ ଉଦ୍ଧାରକାରୀ ଜାରି ରହିଛି। ଏହି ଦୁଇ ଅଞ୍ଚଳରେ ବଡ଼ ବଡ଼ ବିଲ୍‌ଡିଂ ଭାଙ୍ଗିପଡ଼ିଛି। ପଡ଼ୋଶୀ ପାକିସ୍ତାନ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଫଗାନିସ୍ତାନର ପାକ୍ତିକା ଅଞ୍ଚଳରେ ଭୂମିକମ୍ପର ଉତ୍ପତ୍ତି ସ୍ଥଳ ରହିଛି। ଯ।ହା ଦକ୍ଷିଣପଶ୍ଚିମରେ ଥିବା ସହର ଖୋଷ୍ଟ ଠାରୁ ୫୦ କିମି ଦୂରରେ ରହିଛି। ଏହି ଭୂକମ୍ପରେ ଅନେକ କ୍ଷୟକ୍ଷତି ହୋଇଛି।

{"id":645709,"width":840,"height":578,"sizeSlug":"full","linkDestination":"none"}

ଆଫଗାନିସ୍ତାନ ଜରୁରିକାଳନୀ ଅଧିକାରୀ ଶରାଫୁଦ୍ଦିନ ମୁସ୍ଲିମ ମୃତ୍ୟୁ  ସଂଖ୍ୟା ଓ କ୍ଷୟକ୍ଷତି ନେଇ ସୂଚନା ଦେଇଛନ୍ତି।  ପୂର୍ବରୁ ସରକାରୀ ଗଣମାଧ୍ୟମକ ବଖ୍‌ତର ନ୍ୟୁଜ୍‌ ଏଜେନ୍ସିର ଡିଜି ଅବଦୁଲ ୱାହିଦ ରିଆନ୍ ୯୦ଟି ଘର ଭାଙ୍ଗିଥିବା ଟ୍ୱିଟ୍ କରିଥିଲେ ସୂଚନା ଦେଇଥିଲେ। ପାକ୍ତିକା ଅଞ୍ଚଳରେ ଅନେକ ଲୋକେ ଧସିଥିବା ଘରେ ଚାପି ହୋଇ ରହିଥିବା ଆଶଙ୍କା କହିଥିଲେ ୱାହିଦ୍। ତେବେ ଆଫଗାନିସ୍ତାନ ସରକାଙ୍କର ପକ୍ଷରୁ ମୃତ୍ୟୁ ସଂଖ୍ୟା ଘୋଷଣା କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.