AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଇସ୍ରାଏଲ ସରକାର ବିରୋଧରେ ବଢିଲା ଲୋକଙ୍କ ଆକ୍ରୋଶ, ପୁଟିନଙ୍କ ସହ ନେତନ୍ୟାହୁଙ୍କୁ କଲେ ତୁଳନା

15/01/2023 at 7:15 PM

ନୂଆଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏବଂ ତାଙ୍କ ସରକାର ବିରୋଧରେ ବିରୋଧ ଜାରି ରହିଛି । ଏହାରି ଭିତରେ ଶନିବାର ରାତିରୁ ତେଲ ଅଭିଭାରେ ହଜାର ହଜାର ସଂଖ୍ୟାରେ ଲୋକେ ଏକାଠି ହୋଇ ଇସ୍ରାଏଲର ନ୍ୟାୟିକ ପ୍ରଣାଳୀରେ ପ୍ରସ୍ତାବିତ ପରିବର୍ତ୍ତନ ବିରୋଧରେ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ପ୍ରଦର୍ଶନକାରୀମାନେ ନେତନ୍ୟାହୁଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ତୁଳନା କରିଥିଲେ । ଇସ୍ରାଏଲ ମିଡିଆ ଅନୁସାରେ, କେବଳ ତେଲ ଅଭିଭା ନୁହେଁ ବରଂ ଜେରୁସେଲନରେ ମଧ୍ୟ ନେତନ୍ୟାହୁ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରାଯାଉଛି । ସରକାର ବିରୋଧୀ ଏହି ପ୍ରଦର୍ଶନରେ ପ୍ରାୟ ୮୦ ହଜାର ଲୋକେ ସାମିଲ ହୋଇଥିବା କୁହାଯାଉଛି ।

ଶନିବାର ବିଳମ୍ୱିତ ରାତିରେ ତେଲ ଅଭିଭାର ହବୀମା ଛକରେ ପ୍ରବଳ ବର୍ଷା ସତ୍ତ୍ୱେ ବଡ଼ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ । ଇସ୍ରାଏଲର ନ୍ୟାୟିକ ପ୍ରଣାଳୀରେ ପ୍ରସ୍ତାବିତ ପରିବର୍ତ୍ତନକୁ ବିରୋଧ କରିଥିଲେ । ଲୋକଙ୍କ କହିବା କଥା, ଇସ୍ରାଏଲ ଅର୍ଦ୍ଧ-ଗଣତାନ୍ତ୍ରିକ ହଙ୍ଗେରୀ ଏବଂ ଇଶ୍ୱରୀୟ ଇରାନ ପରି ଅଟେ ।

ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏଲର ନ୍ୟାୟ ମନ୍ତ୍ରୀ ୟାରିଭ ଲେଭିନ ଗତ ସପ୍ତାହରେ ନ୍ୟାୟିକ ପ୍ରଣାଳୀରେ ସଂଶୋଧନର ପ୍ରସ୍ତାବ ଆଗତ କରିଥିଲେ । ନ୍ୟାୟିକ ପ୍ରଣାଳୀରେ ସଂଶୋଧନ ମାଧ୍ୟମରେ ସରକାର ଏକ ସମୀକ୍ଷା କମିଟି ମାଧ୍ୟମରେ ସର୍ବୋଚ୍ଚ ନ୍ୟାୟାଳୟର ନାମାଙ୍କିତ ବ୍ୟକ୍ତିଙ୍କ ମଧ୍ୟରେ ସୁଧାର ଏବଂ ସଂସଦକୁ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ଅସ୍ୱୀକାର କରିବାର ଅଧିକାର ଦେବା ନେଇ ବ୍ୟବସ୍ଥା କରାଯାଉଛି ।

ଇସ୍ରାଏଲର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ଏସ୍ତେର ହୟାତ ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ତାଙ୍କ କହିବା ଅନୁସାରେ, ‘ଏହି ପ୍ରସ୍ତାବିତ ସଂଶୋଧନ, ଆଇନ ପ୍ରଣାଳୀ ଉପରେ ଏକ ଆକ୍ରମଣ ଅଟେ । ଏଥିରୁ ସ୍ପଷ୍ଟ ହେଉଛି ଯେ ସରକାର ନ୍ୟାୟିକ ପ୍ରଣାଳୀର ସ୍ୱାଧୀନତା ଉପରେ ଆକ୍ରମଣ ପାଇଁ ଉଦ୍ୟମ କରୁଛନ୍ତି’।    

   Related Posts