ସରିଲା ଷଷ୍ଠ ପର୍ଯ୍ୟାୟ ନିର୍ବାଚନ, ରାତି ୮ଟା ସୁଦ୍ଧା ୫୯% ଭୋଟିଂ; ପଶ୍ଚିମବଙ୍ଗରେ ସବୁଠୁ ଅଧିକ

Published By : Prameya-News7 Bureau | May 25, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଷଷ୍ଠ ପର୍ଯ୍ୟାୟରେ ଛଅ ରାଜ୍ୟ ଏବଂ ଦୁଇ କେନ୍ଦ୍ର ଶାସିତ ପ୍ରଦେଶର ୫୮ ଆସନ ପାଇଁ ଶନିବାର ମତଦାନ ଶେଷ ହୋଇଛି । ଦିଲ୍ଲୀର ସମସ୍ତ ୭ ଆସନ ସହ ଉତ୍ତର ପ୍ରଦେଶର ୧୪, ହରିୟାଣାର ସମସ୍ତ ୧୦, ବିହାର ଏବଂ ପଶ୍ଚିମବଙ୍ଗର ୮-୮, ଓଡ଼ିଶାର ୬, ଝାଡ଼ଖଣ୍ଡର ୪ ଏବଂ ଜାମ୍ମୁ କାଶ୍ମୀର ଗୋଟିଏ ଆସନ ପାଇଁ ମତଦାନ ହୋଇଛି । ଏହାସହ ଓଡ଼ିଶାର ୪୨ ବିଧାନସଭା ଆସନରେ ମତଦାନ ହୋଇଛି । ଏହି ପର୍ଯ୍ୟାୟରେ ୧୧.୧୩ କୋଟିରୁ ଅଧିକ ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ ରାତି ୭ଟା ୪୫ ସୁଦ୍ଧା ୫୯.୦୬% ମତଦାନ ହୋଇଛି । ତେବେ ରାଜ୍ୟଗୁଡ଼ିକ ମଧ୍ୟରେ ବିହାରର ୮ ଆସନରେ ୫୩.୩୦%, ହରିୟାଣାର ୧୦ ଆସନରେ ୫୮.୩୭%, ଜାମ୍ମୁ କାଶ୍ମୀରର ଗୋଟିଏ ଆସନରେ ୫୨.୨୮%, ଝାଡଖଣ୍ଡରେ ୬୨.୭୪%, ଦିଲ୍ଲୀର ୭ ଆସନରେ ୫୪.୪୮%, ଓଡ଼ିଶାର ୬ ଆସନରେ ୬୦.୦୭%, ଉତ୍ତର ପ୍ରଦେଶର ୧୪ ଆସନରେ ୫୪.୦୩% ଏବଂ ପଶ୍ଚିମବଙ୍ଗର ୮ ଆସନରେ ୭୮.୧୯% ମତଦାନ ହୋଇଛି ।

ନିର୍ବାଚନ ଆୟୋଗଙ୍କ ଡାଟା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ମୋଟ ୬୬.୧୪%, ଦ୍ୱିତୀୟ ପର୍ଯ୍ୟାୟରେ ୬୬.୧୭% ଏବଂ ତୃତୀୟ ପର୍ଯ୍ୟାୟରେ ୬୫.୬୮% ମତଦାନ ହୋଇଛି । ଏହାପରେ ଚତୁର୍ଥ ପର୍ଯ୍ୟାୟରେ ୬୯.୧୬% ଏବଂ ପଞ୍ଚମ ପର୍ଯ୍ୟାୟରେ ୬୨.୨୦% ଭୋଟିଂ ରେକର୍ଡ ହୋଇଛି । 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.