oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଓଡିଶାରେ ଏପ୍ରିଲ ମାସରେ ରିଲାଏନ୍ସ ଜିଓ ଯୋଡିଛି ୩ ଲକ୍ଷରୁ ଉର୍ଦ୍ଧ୍ବ ଗ୍ରାହକ : ଟ୍ରାଇ ରିପୋର୍ଟ

27/06/2019 at 2:58 PM

ଭୁବନେଶ୍ବର ୨୭|୬: ଓଡିଶାରେ ନୂତନ ଗ୍ରାହକ ସୃଷ୍ଟି କରିବା କ୍ଷେତ୍ରରେ ରିଲାଏନ୍ସ ଜିଓ  କ୍ରମାଗତ ଭାବେ ଅଗ୍ରଣୀ ରହିଥିବା ବେଳେ ୨୦୧୯ ଏପ୍ରିଲରେ ମୋଟ ୩.୦୩ ଲକ୍ଷ ନୂତନ ଗ୍ରାହକଙ୍କୁ  ନିଜର ସମ୍ପୂର୍ଣ୍ଣ  ୪ଜି  ନେଟୱର୍କରେ ସାମିଲ କରି ପୁଣି ଥରେ  ଏହା ମୋଟ୍ ଗ୍ରାହକ ସଂଖ୍ୟା ବୃଦ୍ଧି କରିବା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି ବୋଲି ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ ( ଟ୍ରାଇ) ପକ୍ଷରୁ ପ୍ରକାଶ କରାଯାଇଥିବା ଏହାର ସଦ୍ୟତମ ଗ୍ରାହକ ସଂଖ୍ୟା ତଥ୍ୟରୁ ଜଣାପଡ଼ିଛି ।

୨୦୧୯ ଏପ୍ରିଲ ଟ୍ରାଇ ଗ୍ରାହକ ସଂଖ୍ୟା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଏହି ସମୟରେ ମୋଟ ୩.୦୩ ଲକ୍ଷ  ନୂତନ ଗ୍ରାହକ ସଂଯୋଗ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଥିବା  ବିଏସ୍ଏନ୍ଏଲ୍ ମାତ୍ର ୧୨,୧୦୦ ଗ୍ରାହକ ସାମିଲ କରିପାରିଛି । ଏହି ମାସରେ ଅନ୍ୟାନ୍ୟ  ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାମାନେ ଲକ୍ଷାଧିକ  ସଂଖ୍ୟାରେ ଗ୍ରାହକ ହରାଇଥିବାରୁ ଓଡ଼ିଶାର ଗ୍ରାହକ ସଂଖ୍ୟାରେ ୩.୪୭ ଲକ୍ଷ ହ୍ରାସ ଘଟିବା ସହିତ ଏବେ ମୋଟ୍ ଗ୍ରାହକ ସଂଖ୍ୟା ୩.୨୩ କୋଟିରେ ପହଞ୍ଚିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।

ତେବେ ଜିଓ ଗ୍ରାହକମାନଙ୍କ ଅତି ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ଭାବେ  ଓଡ଼ିଶାରେ ଏପ୍ରିଲ ମାସରେ ସର୍ବାଧିକ ଗ୍ରାହକ ଯୋଡିପାରିଥିବା ବେଳେ ଅନ୍ୟ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ମଧ୍ୟରେ ଭୋଡାଫୋନ୍ ଆଇଡିଆ  ସର୍ବାଧିକ ୪.୩୧ ଲକ୍ଷ ଗ୍ରାହକ ହରାଇଛି । ଏହାପଛକୁ ଭାରତୀ ଏୟାରଟେଲ ୧.୨୬ ଲକ୍ଷ ଏବଂ ଟାଟା ଟେଲି ସର୍ଭିସେସ୍ ୧.୦୫ ଲକ୍ଷ ଗ୍ରାହକ ହାରାଇଥିବା ଟ୍ରାଇ ରିପୋର୍ଟରୁ  ଜଣାପଡ଼ିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ  ଏହାର ସର୍ବାଧିକ ଲୋକପ୍ରିୟ ଏବଂ ସୁଲଭ ମୂଲ୍ୟରେ ମିଳୁଥିବା ଜିଓ ଫୋନ- ଇଣ୍ଡିଆ କା ସ୍ମାର୍ଟଫୋନ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରିବା ସହିତ  ନିଜର ସମ୍ପୂର୍ଣ୍ଣ ୪ଜି ନେଟ୍ୱର୍କ ଓ ୪ଜି ନେଟ୍ୱର୍କର ଦ୍ରୁତ ସଂପ୍ରସାରଣ ଏବଂ ଦୂର ଦୂରାନ୍ତ ଅଞ୍ଚଳରେ  ସେବା  ଉପଲବ୍ଧ  କରି  ଓଡ଼ିଶାରେ କ୍ରମାଗତ ଭାବେ  ଏବଂ ପ୍ରତି ମାସରେ ଏହାର ଗ୍ରାହକ ସଂଖ୍ୟା ବୃଦ୍ଧି କରି ଚାଲିଛି ।  ଜାତୀୟସ୍ତରରେ ମଧ୍ୟ ୨୦୧୯ ଏପ୍ରିଲରେ ଜିଓ ନୂତନ ଗ୍ରାହକ ଯୋଡିବାରେ ଅଗ୍ରଣୀ ରହିବା ସହିତ ଏହି ମାସରେ ୮୦ ଲକ୍ଷରୁ ଉର୍ଦ୍ଧ୍ବ ସଂଖ୍ୟକ  ନୂତନ ଗ୍ରାହକ ସାମିଲ କରିପାରିଥିବା ବେଳେ ଏହି ସମୟରେ ଅନ୍ୟ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ଗ୍ରାହକ ସଂଖ୍ୟାରେ ହ୍ରାସ ଘଟିଛି ।

ଟ୍ରାଇ ତଥ୍ୟ ଅନୁସାରେ ଗତ ଏପ୍ରିଲରେ ଭାରତର ବ୍ରଡ୍ ବ୍ୟାଣ୍ଡ ଗ୍ରାହକ ସଂଖ୍ୟା ହାରାହାରି ଭାବେ ୫୬.୭ କୋଟିକୁ ବୃଦ୍ଧି ପାଇଛି ଯାହାକି ଏହାର ପୂର୍ବ ମାସ ତୁଳନାରେ ୦.୭୮ ପ୍ରତିଶତ ଅଧିକ ।  ରିଲାଏନ୍ସ ଜିଓର ସର୍ବାଧିକ ଭାବେ ୩୧.୪୮ କୋଟି ବ୍ରଡ୍ ବ୍ୟାଣ୍ଡ ଗ୍ରାହକ ରହିଥିବା ବେଳେ ଏହାପଛକୁ ଭାରତୀ ଏୟାରଟେଲ(୧୧.୧୪ କୋଟି), ଭୋଡାଫୋନ ଆଇଡିଆ(୧୦.୯୬ କୋଟି) ଏବଂ ବିଏସ୍ଏନ୍ଏଲ୍(୨.୨୨କୋଟି) ରହିଛନ୍ତି ।

ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୧୯ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକ ପାଇଁ  ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଆର୍ଥିକ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଏହି କ୍ଷେତ୍ରରୁ ସୃଷ୍ଟି ହୋଇଥିବା ମୋଟ  ଆୟ ମଧ୍ୟରୁ ରିଲାଏନ୍ସ ଜିଓ ସର୍ବାଧିକ ଭାବେ ୪୨.୪ ପ୍ରତିଶତ ବଜାର  ଅଂଶ ଅକ୍ତିଆର କରି ଅନ୍ୟ ସମସ୍ତ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ ପଛରେ ପକାଇଛି ।

ଟ୍ରାଇ ରିପୋର୍ଟ ଅନୁସାରେ ୨୦୧୯ ଜାନୁଆରୀ-ମାର୍ଚ୍ଚ  ତ୍ରୈମାସିକରେ ରିଲାଏନ୍ସ ଜିଓ ୪୦୩.୧୯ କୋଟି ଟଙ୍କା ଆୟ କରିଥିବା ବେଳେ ଭାରତୀ ଏୟାରଟେଲ ୩୫୭.୪୪ କୋଟି ଟଙ୍କା ,ଭୋଡାଫୋନ ଆଇଡିଆ ୧୨୧.୯ କୋଟି ଟଙ୍କା,ବିଏସ୍ଏନ୍ଏଲ୍ ୬୦.୦୫ କୋଟି  ଟଙ୍କା ଏବଂ ଟାଟା ଟେଲି ସର୍ଭିସେସ୍ ୯.୨୨ କୋଟି ଟଙ୍କା ଆୟ କରିଛି ।

   Related Posts