ଭୁବନେଶ୍ବର: ଓଡ଼ିଶାରେ ଜିଓର ଆଉ ଏକ ମାଇଲ ଖୁଣ୍ଟ । ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଜିଓର ମୋବାଇଲ୍ ଗ୍ରାହକ ସଂଖ୍ୟା ଫେବୃୟାରୀ ଶେଷ ସୁଦ୍ଧା ୧.୫ କୋଟି ଅତିକ୍ରମ କରିଛି।
ତଥ୍ୟ ଅନୁଯାୟୀ, ଫେବୃୟାରୀ ମାସରେ ଓଡ଼ିଶାରେ ଜିଓ ସର୍ବାଧିକ ୮୭,୦୦୦ରୁ ଅଧିକ ନୂଆ ମୋବାଇଲ୍ ଉପଭୋକ୍ତା ଯୋଡ଼ିବା ସହ ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଉପଭୋକ୍ତା ସଂଖ୍ୟା ଦେଢ଼ କୋଟିରୁ ଅଧିକ ହୋଇଛି । ଫେବୃୟାରୀ ଶେଷ ସୁଦ୍ଧା ଓଡ଼ିଶାରେ ଏୟାରଟେଲର ୧.୧୫ କୋଟି ମୋବାଇଲ ଉପଭୋକ୍ତା ରହିଥିବା ବେଳେ ବିଏସଏନଏଲର ୫୪.୪୭ ଲକ୍ଷ ଏବଂ ୱି (ଭୋଡାଫୋନ୍ ଆଇଡିଆ) ର ୧୪.୫୩ ଲକ୍ଷ ମୋବାଇଲ ଉପଭୋକ୍ତା ରହିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟରୁ ଜଣାପଡିଛି ।
ଜାତୀୟ ସ୍ତରରେ ମଧ୍ୟ ଫେବୃୟାରୀ ମାସରେ ଜିଓ ସର୍ବାଧିକ ୩୬ ଲକ୍ଷ ଉପଭୋକ୍ତା ଯୋଡ଼ିଛି । ଏଥି ସହିତ ଦେଶରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୪୬.୭୫ କୋଟିରୁ ଅଧିକ ହେବା ସହ ଜିଓ ଭାରତରେ ୪୦ ପ୍ରତିଶତରୁ ଅଧିକ ମୋବାଇଲ୍ ଉପଭୋକ୍ତା ବଜାର ଅଂଶ ହାସଲ କରିଛି ।
ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାର ପ୍ରାୟ ୪୫% ଉପଭୋକ୍ତା ବଜାର ଅଂଶ ଏବଂ ୫୨% ରାଜସ୍ୱ ବଜାର ଅଂଶ ସହିତ ରାଜ୍ୟର ଏକ ନମ୍ବର ଏବଂ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି । ସାରା ରାଜ୍ୟରେ ଏହାର ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି, ଦୁର୍ଗମ ଅଂଚଳରେ ଦ୍ରୁତ ସେବା ସମ୍ପ୍ରସାରଣ ଏବଂ ମାତ୍ର ୯୯୯ ଟଙ୍କାରେ ଉପଲବ୍ଧ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ସୁଲଭ ଜିଓ ଭାରତ ୪ଜି ଫୋନ୍ର ବ୍ୟାପକ ଲୋକପ୍ରିୟତା ବଳରେ ରାଜ୍ୟରେ ଜିଓ ଉପଭୋକ୍ତାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ।
ଜିଓସିନେମା, ଜିଓଟିଭି, ଜିଓ ସାଭନ ଭଳି ପ୍ରିମିୟମ ଆପ୍ପ ଏବଂ ୟୁପିଆଇ ପେମେଂଟ ସୁବିଧା ଭଳି ଅନେକ ଆକର୍ଷଣୀୟ ଫିଚର ପାଇଁ ଜିଓ ଭାରତ ୪ଜି ଫୋନ୍ ରାଜ୍ୟର ଗ୍ରାମାଞ୍ଚଳ ତଥା ସୁଲଭ ମୂଲ୍ୟରେ ୪ଜି ଫୋନ ଅନ୍ୱେଷଣ କରୁଥିବା ଲୋକଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିଛି । ଜିଓ ନିକଟରେ ଏହାର ଜିଓ ଏୟାରଫାଇବର ସେବାକୁ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକୁ ସମ୍ପ୍ରସାରିତ କରିଛି ।