କଂଗ୍ରେସରେ ମିଶିଲେ ବିଆର୍‌ଏସ୍‌ର ମନ୍ତ୍ରୀ ଓ ବିଧାୟକ: କେସିଆର୍‌ଙ୍କୁ ଶକ୍ତ ଝଟ୍‌କା

Published By : Prameya-News7 Bureau | June 26, 2023 IST

ହାଇଦ୍ରାବାଦ: ତେଲେଙ୍ଗାନାର କେସିଆର୍‌ ସରକାରଙ୍କୁ ଶକ୍ତ ଝଟ୍‌କା। ଦଳର ଏକାଧିକ ବିଧାୟକ, ପୂର୍ବତନ ମନ୍ତ୍ରୀ ଓ ଅଫିସର ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ପ୍ରାୟ ୧୨ ଅଧିକ ନେତା ଆଜି କଂଗ୍ରେସରେ ସାମିଲ ହେବା ଦଳ ପାଇଁ ଶୁଭ ଖବର ବୋଲି କୁହାଯାଉଛି। କାରଣ ଚଳିତ ବର୍ଷ ଶେଷ ବେଳକୁ ତେଲେଙ୍ଗାନାରେ ନିର୍ବାଚନ ହେବାକୁ ଅଛି। ଏହି ସମୟରେ ନିର୍ବାଚନ ଦଳ ଛାଡ଼ିବା କେସିଆର୍‌ଙ୍କୁ ଶକ୍ତ ଝଟ୍‌କା ଲାଗିଛି।

ସୋମବାର ନେତାମାନେ ଦିଲ୍ଲୀ ଯାଇ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ। ନେତା ଓ କର୍ମୀଙ୍କୁ ରାହୁଲ ଓ ଖଡ଼ଗେ ସ୍ୱାଗତ କରିଛନ୍ତି। ଆଜି କଂଗ୍ରେସରେ ଯୋଗ ଦେଇଥିବା ନେତାମାନେ ହେଲେ ପୂର୍ବତନ ସାଂସଦ ପଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ପୂର୍ବତନ ମନ୍ତ୍ରୀ ଜୁପାଲ୍ଲି କୃଷ୍ଣ ରାଓ, ପୂର୍ବତନ ବିଧାୟକ ପନ୍ୟମ ଭେଙ୍କଟେଶ୍ୱରଲୁ, କୋରାମ କାନାକାୟା ଏବଂ କୋଟା ରାମ ବାବୁ ଅନ୍ତର୍ଭୁକ୍ତ।

ପଢ଼ନ୍ତୁ-ସମାଲୋଚନା ନୁହେଁ ଭାରତକୁ ପ୍ରଶଂସା କରନ୍ତୁ ଓବାମା, ପୂର୍ବତନ ରାଷ୍ଟ୍ରପତିଙ୍କ ବୟାନକୁ ନିଜ ଦେଶରେ ବିରୋଧ

ବିଆରଏସ ଏମଏଲସି ନରସା ରେଡ୍ଡୀଙ୍କ ପୁଅ ରାକେଶ ରେଡ୍ଡୀ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି। ନୀତୀଶଙ୍କ ଡାକରାରେ ବିହାରର ହୋଇଥିବା ବିରୋଧୀ ମେଣ୍ଟ ବୈଠକରେ ବିଆର୍‌ଏସ୍ ଯୋଗ ଦେଇନଥିଲା। ସେଠାରେ ସମସ୍ତ ଦଳର ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ ବି କେସିଆର୍‌ ଯୋଗ ଦେଇନଥିଲେ। ଏହାପରେ ପରେ ହିଁ ନେତାମାନେ ବିଆର୍‌ଏସ୍ ଛାଡ଼ି କଂଗ୍ରେସରେ ମିଶିଛନ୍ତି।

ସୂଚନା ଥାଉକି କୃଷ୍ଣା ରାଓ ଜଣେ ପୂର୍ବତନ କଂଗ୍ରେସ ନେତା। ସେ ୨୦୧୧ରେ ବିଆର୍‌ଏସ୍‌ରେ ସାମିଲ୍ ହେବା ପାଇଁ କଂଗ୍ରେସ ଛାଡ଼ିଥିଲେ। ସେ ୨୦୧୪ରେ ବିଆର୍‌ଏସ୍‌(ତତ୍‌କାଳୀନ ଟିଆର୍‌ଏସ୍‌) ନିର୍ବାଚନରୁ ସେ ମେହେବୁବ ନଗରରୁ ବିଜୟୀ ହୋଇଥିଲେ। ଏବେ ସେ ପୁଣିଥରେ କଂଗ୍ରେସରେ ସାମିଲ୍ ହେବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.