ମାଲକାନଗିରିରେ ଭୋଗ ଖାଇ ଶତାଧିକ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ
29/05/2018 at 6:25 AM

ଭୋଗ ଖାଇ ଶତାଧିକ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ । ମାଲକାନଗିରି ଜିଲ୍ଲା ଏମ୍ ଭି-୩୫ ଗାଁର ଘଟଣା । ଗାଁରେ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । କିଛି ଗୁରୁତରଙ୍କୁ ନିକଟସ୍ଥ କୋରୁକୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗତକାଲି ଗାଁରେ ତ୍ରିନାଥ ମେଳା ହୋଇଥିଲା । ରାତିରେ ଓ ସକାଳେ ଗ୍ରାମବାସୀ ସେହି ତ୍ରିନାଥ ମେଳା ଭୋଗ ଖାଇଥିଲେ । ସେହି ଭୋଗ ଖାଇବା ପରେ ଏମ୍ ଭି-୩୫ ଗାଁର ଲୋକମାନେ ଅସୁସ୍ଥ ହୋଇପଡିଥିଲେ ।