ସର୍ବସମ୍ମୁଖରେ ଆତଙ୍କ ଖେଳାଇଲେ ! ଯାହା ହାତରେ ପାଇଲେ ଲୁଟିନେଲେ
27/09/2023 at 9:23 PM

ଆମେରିକାର ପେନସିଲ୍ଭାନିୟାର ସବୁଠୁ ବଡ଼ ସହରରେ ଅଜବ ଦୃଶ୍ୟ ଦେଖିବାକୁ ମିଲିଥିଲା। ସିବିଏସ୍ଇ ଫିଲାଡେଲଫିଆର ଏକ ରିପୋର୍ଟ ଅନୁଯାୟୀ, ସେଣ୍ଟର୍ ସିଟିରେ ଏକ ବଡ଼ ଧରଣର ଲୁଟ୍ ହୋଇଥିଲା। ଆପଲ୍ ଷ୍ଟୋର୍ ସମେତ ଫ୍ରୁଟ୍ ଲକରରେ ବ୍ୟାପକ ଲୁଟ୍ ହୋଇଥିଲା।
ରିପୋର୍ଟରେ କୁହାଯାଇଛି ଯେ ହଠାତ୍ କିଛି ଗୋଷ୍ଠୀ ଦୋକାନରେ ପଶି ଲୁଟ୍ ଆରମ୍ଭ କରିଦେଇଥିଲେ। ଏତିକି ବେଳେ ଫୁଟ୍ ଲକର୍ରେ ଥିବା ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
They are now looting the Fine Wine & Good Spirits at 730 Adams Ave near the Lawncrest neighborhood of NE Philly. #Philadelphia pic.twitter.com/BlwnFA5AC9
— Lucky (@TheMagaHulk) September 27, 2023
ଏହି ଭାଇରାଲ୍ ଭିଡିଓରେ ଦେଖାଯାଇଛି ଯେ ପୁରୁଷ ଏବଂ ମହିଳାମାନେ ଦୋକାନରେ ଜବରଦସ୍ତ ପ୍ରବେଶ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ କମ୍ ବୟସର। ସେମାନେ ଦୋକାନରେ ପଶି ଯାହା ପାଉଛନ୍ତି, ତାକୁ ଚୋରି କରି ନେଉଛନ୍ତି। ଲୋକମାନେ ଏମିତି ଦୌଡୁଥିଲେ, ଦେଖିଲେ ଲାଗିବ ଯେମିତି ଏକ ହିଂଲା ପରିସ୍ଥିତି ଘଟିଛି। ଭିଡିଓରେ ପୋଲିସ ନିୟନ୍ତ୍ରଣ କରିବା ପାଇଁ ନୟାନ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି।
Philadelphia – looting for reparations 👀 pic.twitter.com/B0Qa7RqbwB
— David Vance (@DVATW) September 27, 2023
ତେବେ ଏହି ଘଟଣାରେ ପୋଲିସ ତଦନ୍ତ କରିବା ଭିଡିଓ ଫୁଟେଜ୍ ଅନୁସାରେ ୧୦ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ସହିତ ଏଡି ଇରୀଜାରୀଙ୍କ ମୃତ୍ୟୁର ଅଭିଯୁକ୍ତଙ୍କ ଖାରଜ ହେବା ପୂର୍ବରୁ ହୋଇଥିବା ବିରୋଧ ସହ କୌଣସି ଲିଙ୍କ୍ ନାହିଁ। ସୋସିଆଲ ମିଡିଆରେ ଏହି ଘଟଣାକୁ ନିନ୍ଦା କରାଯାଇଛି।