Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଇରାନରେ ୫ହଜାର ଝିଅଙ୍କୁ ବିଷଦେବା ମାମଲାରେ ୧୦୦ରୁ ଅଧିକ ଗିରଫ, ଅଧିକାଂଶ ସରକାରୀ କର୍ମଚାରୀ

12/03/2023 at 8:40 PM

ତେହେରାନ ୧୨।୩:  ଇରାନରେ ଝିଅମାନଙ୍କୁ ବିଷ ଦିଆଯିବା ମାମଲା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ସ୍କୁଲ, କଲେଜ ଓ ୟୁନିଭର୍ସିଟିମାନଙ୍କରେ ପଢୁଥିବା ଝିଅଙ୍କ ଉପରେ ବିଷାକ୍ତ ଗ୍ୟାସ୍ ଓ ରସାୟନିକ ଆକ୍ରମଣ ହୋଇଛି। ଫଳରେ ହଜାର ହଜାର ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଏଥିରେ ଏବେ ଇରାନ ଶାସକ ଦୋଷୀଙ୍କ ନିମନ୍ତେ କଡ଼ା ଦଣ୍ଡବିଧାନ କରୁଥିବାର ଦାବି କରୁଛନ୍ତି। ଇରାନୀ ଗଣମାଧ୍ୟମ ଅନୁସାରେ ଝିଅଙ୍କୁ ବିଷ ଦିଆଯିବା ମାମଲାରେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଗିରଫ ହେଲାଣି।

ଗିରଫ ହୋଇଥିବା ଅଧିକାଂଶ ଲୋକେ ସରକାରୀ କର୍ମଚାରୀ ବୋଲି ଜଣାପଡିଛି। ଏମାନେ ଏପରି ଲୋକ ଯେଉଁମାନେ ଦେଶରେ ଇସ୍ଲାମର କାଇଦା କାନୁନକୁ କଡା କଡି ପାଳନ କରିବା ପାଇଁ ମହିଳାଙ୍କୁ ବାଧ୍ୟ କରୁଛନ୍ତି। ଇରାନରେ ଝିଅଙ୍କ ଉପରେ ବିଷ ପ୍ରୟୋଗର କାରଣ ଗତବର୍ଷରୁ ଦେଶରେ ଆରମ୍ଭ ହୋଇଥିବା ମହିଳା ସ୍ୱାଧୀନତା ଆନ୍ଦୋଳନ ବୋଲି ମନେ କରାଯାଉଛି। ଗତବର୍ଷ ସେପ୍ଟେମ୍ବର ୧୬ ତାରିଖରେ ଦେଶରେ ହିଜାବ ବିରୋଧୀ ପ୍ରଦର୍ଶନ ଆରମ୍ଭ ହୋଇଥିଲା।

ସେତେବେଳେ ବହୁ ସଂଖ୍ୟାରେ ମହିଳା ସେମାନଙ୍କର ଅଧିକାର ଦାବି କରିଥିଲେ। ଏହା ଇସ୍ଲାମ ମୌଳବାଦୀଙ୍କୁ ଦେଶରେ ଉତକ୍ଷିପ୍ତ କରିଥିଲା। ସେବେଠାରୁ ଇରାନରେ ଝିଅ ଓ ମହିଳାଙ୍କ ବିରୋଧରେ ଅପରାଧିକ ଘଟଣା ବଢିବାରେ ଲାଗିଛି। ଗତ ଦିନରେ ଦେଶର ସ୍କୁଲ, କଲେଜ ଓ ୟୁନିଭର୍ସିଟି ମାନଙ୍କରେ ପଢୁଥିବା ଝିଅଙ୍କ ଉପରେ ବିଷାକ୍ତ ଗ୍ୟାସ୍ ଓ ରସାୟନିକ ଆକ୍ରମଣ ହୋଇଥିଲା। ଫଳରେ ୫ ହଜାର ଝିଅ ରହସ୍ୟଜନକ ଭାବେ ଅସୁସ୍ଥ ହୋଇଯାଇଥିଲେ। ଏଥିରେ ଅନେକ ଅସୁସ୍ଥ ଝିଅ ପ୍ରାଣ ମଧ୍ୟ ହରାଇଛନ୍ତି।

ଘଟଣା ବିଶ୍ୱରେ ଚର୍ଚ୍ଚା ହେବା ପରେ ଦେଶର ସର୍ବୋଚ୍ଚ ନେତା ଅୟାତୁଲ୍ଲାହ ଅଲି ଖୋମନେଇ ଝିଅଙ୍କୁ ଟାର୍ଗେଟ କରୁଥିବା ଲୋକଙ୍କ ବିରୋଧରେ ଦଣ୍ଡବିଧାନ କରିବେ ବୋଲି ଘୋଷଣା କରିଛନ୍ତି। ଘଟଣା ଚର୍ଚ୍ଚାକୁ ଆସିବା ପରେ ସରକାର ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ଝିଅମାନଙ୍କ ପିଇବା ପାଣିରେ ସ୍ଲୋ ପୟଜନ ଦିଆଯାଇଥିବା ଜଣାପଡିଥିଲା। ଏହା ପରଠାରୁ ସାକ୍ଷ ଆଧାରରେ ଇରାନର ଅନେକ ସହରରେ ଗିରଫଦାରୀ ଆରମ୍ଭ ହୋଇଯାଇଛି।  

   Related Posts