ମୁମ୍ୱାଇ: ମହାରାଷ୍ଟ୍ର ଗୋନ୍ଦିଆରେ ଶୁକ୍ରବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ୍ ଓଲଟି ଯିବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୧୬ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଂକା କରାଯାଉଛି । ଦୁର୍ଘଟଣାର ଶିକାର ହୋଇଥିବା ବସ୍ଟି ମହାରାଷ୍ଟ୍ର ପରିବହନ ନିଗମ ଥିବା ଜଣାପଡ଼ିଛି ।
ଗୋନ୍ଦିଆ କୋହମାରା ରାଜ୍ୟ ରାଜମାର୍ଗରେ ଖଜରୀ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକକୁ ବଞ୍ଚାଇବାକୁ ଯାଇ ବସଟି ଓଲଟି ପଡ଼ିଥିଲା । ବସ୍ ଓଲଟିବା ଯୋଗୁଁ ଏହା ତାଳେ ଚାପି ହୋଇ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଭଣ୍ଡାରାରୁ ସାଲୋକି ଲଖାନୀ ଦେଇ ଗୋନ୍ଦିଆ ଯାଉଥିବା ଶିବଶାହୀ ବସ (MH 09/EM 1273) ସାମନାକୁ ହଠାତ୍ ଏକ ବାଇକ୍ ଆସିଥିଲା । ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଡ୍ରାଇଭର୍ ମୋଡ଼ ନେଇଥିଲେ, ତେବେ ଏହି ସମୟରେ ନିୟନ୍ତ୍ରଣ ହରାଇ ବସ୍ଟି ଓଲଟି ପଡ଼ିଥିଲା । ଦୁର୍ଘଟଣା ସମୟରେ ବସରେ ୩୫ ଜଣ ଯାତ୍ରା କରୁଥିଲେ । ଯେଉଁଥିରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସିଛି ।
गोंदिया जिल्ह्यातील सडक अर्जुनीजवळ शिवशाही एसटी बसच्या झालेल्या अपघातातील मृतांच्या कुटुंबिंयांना एसटी महामंडळामार्फत १० लाख रुपयांची मदत देण्यात येईल, असे मुख्यमंत्री @mieknathshinde यांनी जाहीर केले. अपघाताची घटना अत्यंत दुर्दैवी असून मृतांना भावपूर्ण श्रद्धांजली अर्पण करून…
— CMO Maharashtra (@CMOMaharashtra) November 29, 2024
ଦୁର୍ଘଟଣା ଖବର ସାମନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଆହତଙ୍କୁ ଗୋନ୍ଦିଆ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ରାଜ୍ୟର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି । ଏହାସହ ମୃତକଙ୍କ ପରିବାର ପ୍ରତି ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ।