ଭାରତ ଭ୍ୟାକସିନ୍‌ ଉପରେ ଭରସା ! ୧୨ ବର୍ଷରୁ ଉର୍ଦ୍ଧ୍ବ ବୟସର ପିଲାଙ୍କ ଶରୀରରେ କୋଭାକ୍ସିନ୍‌ ଟିକାର ଟ୍ରାଏଲକୁ ଅନୁମତି

Published By : Prameya-News7 Bureau | January 04, 2021 IST

ନୂଆଦିଲ୍ଲୀ ୦୪/୦୧: କରୋନା ମହାମାରୀ ବିରୁଦ୍ଧରେ ଲଢ଼େଇ କରିବାକୁ ଭାରତ ଫୁଲ୍‌ ପ୍ରସ୍ତୁତ। ଭାରତରେ ଦୁଇଟି କରୋନା ଟିକାକୁ ଅନୁମତି ମିଳିସାରିଛି। ଅକ୍ସଫୋର୍ଡ ଟିକା କୋଭିସିଲ୍ଡି ଓ ସ୍ବଦେଶୀ ଟିକା କୋଭାକ୍ସିନକୁ ଡିସିଜିଆଇ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଯଦିଓ କୋଭିସିଲ୍ଡ ପ୍ରଥମେ ବ୍ୟବହାର କରାଯିବ କିନ୍ତୁ କୋଭାକ୍ସିନ ବ୍ୟାକ୍‌ଅପ୍‌ ଭାବେ ରହିବ ବୋଲି ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ କହିସାରିଛନ୍ତି।

କିନ୍ତୁ ଭାରତ ବାୟୋଟେକ୍‌ ଦ୍ବାରା ବିକଶିତ ସ୍ବଦେଶୀ କରୋନା ଟିକା କୋଭାକ୍ସିନ୍‌ ୧୨ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କ ଉପରେ ଟ୍ରାଏଲ କରାଯିବା। ଅନ୍ୟପଟେ କୋଭିସିଲ୍ଡ ଏବେ କେବଳ ବୟସ୍କଙ୍କ ଉପରେ ପ୍ରୟୋଗ କରାଯିବ ବୋଲି ଜଣାପଡ଼ିଛି। ଭାରତ ବାୟୋଟେକ୍‌କୁ ସୋମବାର ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦେଇଛନ୍ତି।

ଭାରତ ବାୟୋଟେକ୍‌ର କୋଭାକ୍ସିନ ଓ ଅକ୍ସଫୋର୍ଡ-ସିରମ୍‌ର କୋଭିସିଲ୍ଡକୁ ଡିସିଜିଆଇ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। କୋଭିଡ-୧୯ ସବଜେକ୍ଟ ଏକ୍ସପର୍ଟ କମିଟି(ଏସ୍‌ଇସି)ର ସୁପାରିଶ କ୍ରମେ ଏହି ଦୁଇ ଟିକାକୁ ଭାରତରେ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛନ୍ତି।

କୋଭାକ୍ସିନ୍‌ ଓ କୋଭିସିଲ୍ଡ ଲୋକଙ୍କୁ ଦୁଇଟି ଡୋଜ୍‌ ହିସାବରେ ଦେବାକୁ ଥିବା ଏହି ଟିକାକୁ ୨-୮ ଡିଗ୍ରି ସେଲସିୟସ୍‌ ତାପମାତ୍ରାରେ ଗଚ୍ଛିତ ରଖାଯିବ। ସ୍ବଦେଶୀ ଟିକା କୋଭାକ୍ସିନ୍‌ ଭାରତ ବାୟୋଟେକ୍‌ ଓ ଆଇସିଏମଆରର ମିଳିତ ସହଯୋଗରେ ବିକଶିତ ହୋଇଛି। ୧୨ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କ ଶରୀରରେ ଟ୍ରାଏଲ ପାଇଁ ଅନୁମତି ମିଳିଥିବା ବେଳେ କୋଭିସିଲ୍ଡି ଟିକା ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଟ୍ରାଏଲ ପାଇଁ ଅନୁମତି ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.