ଦୁର୍ଘଟଣା ଘଟାଇ ଖସିଯିବାକୁ ଉଦ୍ୟମ: କାର ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ, ଚାଳକକୁ ନିର୍ଧୁମ ଛେଚିଲେ

Published By : Prameya-News7 Bureau | February 06, 2021 IST

ଭୁବନେଶ୍ଵର ୦୬।୦୧: ଦୁର୍ଘଟଣା ଘଟାଇ ଖସିଯିବାକୁ ଉଦ୍ୟମ। କପିଳେଶ୍ୱରରେ କାରକୁ ଜାଳିଲେ ଉତ୍ତ୍ୟକ୍ତ ଲୋକେ।ଏକ ଡିଜାୟର କାରକୁ ଜାଳିଦେଲେ ସ୍ଥାନୀୟ ଲୋକେ। କାର ଚାଳକ ମଦ୍ୟପାନ କରି ଦୁର୍ଘଟଣା ଘଟାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ କାରକୁ ଅଟକାଇ ଚାଳକ ଓ ବସିଥିବା ବ୍ୟକ୍ତିଙ୍କୁ ନିଧୁମ ଛେଚିଛନ୍ତି। ଏଥିସହ କାରକୁ ଜାଳି ଦେଇଛନ୍ତି।

{"id":404824,"sizeSlug":"large","linkDestination":"none"}

ଘଟଣାର ସୂଚନା ପାଇ ଅଗ୍ନିଶମ ବିଭାଗ  ଘଟଣା ସ୍ଥଳରେ ପହଞ୍ଚିଥିଲା। ହେଲେ ପ୍ରାୟ ସେତେବେଳକୁ କାରଟି ୯୦ ପ୍ରତିଶତ ଜାଳି ଯାଇଥିଲା। ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି କାର ଚାଳକ ଓ ଅନ୍ୟ ବ୍ୟକ୍ତିଙ୍କୁ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧର କରି କ୍ୟାପିଟାଲ ହସ୍ପିଟାଲ ନେଇଛି। ଚାଳକ ଓ ବ୍ୟକ୍ତି ଜଣକ ଭୁବନେଶ୍ୱର ବାହାରର ବୋଲି ଜଣା ପଡ଼ିଛି।

{"id":404825,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.