ସୋଆ ଆଇଏଏସ୍‌କୁ ମିଳିବ ଆଉଟଲୁକ୍ ଏକ୍ସିଲେନ୍ସି ସମ୍ମାନ

Published By : Prameya-News7 Bureau | February 29, 2024 IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍‌ (ଆଇଏଏସ୍‌)କୁ ଆଉଟଲୁକ୍ ଏକ୍ସିଲେନ୍ସି ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି । ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଇଏଏସ୍‌କୁ ଏହି ସମ୍ମାନ ପ୍ରଦାନ କରାଯିବ ।

୨୦୧୩ ମସିହାରେ ପ୍ରତିଷ୍ଠିତ ଏହି କୃଷି ମହାବିଦ୍ୟାଳୟର ସବୁ ବିଭାଗରେ ସ୍ନାତକ, ସ୍ନାତକୋତର ଓ ପିଏଚ୍‌ଡି ଶିକ୍ଷାଦାନ ପ୍ରଦାନ କରିବା ସହିତ ଆଧୁନିକ ଜ୍ଞାନ ସମ୍ବଳିତ ଗବେଷଣା ଓ ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରାଯାଇଥାଏ । ରାଜ୍ୟର ଏକ ପ୍ରମୁଖ କୃଷି ମହାବିଦ୍ୟାଳୟ ଭାବେ ଆଇଏଏସ୍ ସୁନାମ ଅର୍ଜନ କରିପାରିଛି ।

ଉନ୍ନତ ମାନର ଶିକ୍ଷା ପ୍ରଣାଳୀ ସହିତ ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ବିକାଶ ଦିଗରେ ମଧ୍ୟ ପଦକ୍ଷେପ ନେଇ ଏହି ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ କହିଛନ୍ତି । ଏହି ସଫଳତା ପାଇଁ କୃଷି ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟପିକା ଓ ଛାତ୍ରଛାତ୍ରୀ ପ୍ରଫେସର ନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଜାତୀୟ ସ୍ତରରେ ମିଳିବାକୁ ଯାଉଥିବା ଏହି ସମ୍ମାନ ଓ ସଫଳତା ପାଇଁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଛାତ୍ର ଛାତ୍ରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କ ଉଦ୍ୟମ ଓ ଅବଦାନ ପାଇଁ କୃତଜ୍ଞତା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.