ବଡ଼ ସୂଚନା ! ଆବୁଧାବୀରେ ଅଛନ୍ତି ପଳାତକ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନି, UAE ଦେଇଛି ଶରଣ

Published By : Prameya-News7 Bureau | August 18, 2021 IST

ଆବୁଧାବୀ ୧୮।୮:  ଆଫଗାନିସ୍ତାନର ପଳାତକ ରାଷ୍ଟ୍ରପତି ଅଶରଫ ଘନି ୟୁନାଇଟେଡ ଆରବ ଏମିରେଟ (ୟୁଏଇ)ରେ ଶରଣ ନେଇଛନ୍ତି। ବୁଧବାର ଏହି ବଡ଼ ସୂଚନା ମିଳିଛି। ସେ ଏବେ ଆବୁଧାବୀରେ ଅବସ୍ଥାନ କରୁଛନ୍ତି। ୟୁଏଇ ମାନବୀୟ ଆଧାରରେ ଘନିଙ୍କୁ ଶରଣ ଦେଇଛି। ଘନିଙ୍କୁ ରାଜନୈତିକ ଶରଣ ଦିଆଯାଇଥିବା ନେଇ ୟୁଏଇ ବୁଧବାର ସ୍ପଷ୍ଟ କରିଛି।

{"id":497948,"sizeSlug":"full","linkDestination":"none"}

ଗତ ରବିବାର ତାଲିବାନ କାବୁଲ ଆକ୍ରମଣ କରିଥିଲେ। ଏଥିରେ ତାଲିବାନ ଯୋଦ୍ଧାମାନେ କାବୁଲ ପାଖାପାଖି ହେବା ପୂର୍ବରୁ ଘନି ଏକ ହେଲିକପ୍ଟରରେ ରାଜଧାନୀ ଛାଡିଥିଲେ। ତେବେ ସେ କୁଆଡେ ଗଲେ ସେ ନେଇ କୌଣସି ସୂଚନା କାହା ପାଖରେ ନଥିଲା। ହେଲେ ସେ କାବୁଲ ଛାଡିବା ପୂର୍ବରୁ ନିଜ ସାଙ୍ଗରେ ଏକ ହେଲିକପ୍ଟର ଓ ରାଷ୍ଟ୍ରପତି ଭାବେ ବ୍ୟବହାର କରୁଥିବା ଚାରୋଟି କାର ସମେତ ବିପୁଳ ଧନ ସମ୍ପତ୍ତି ସାଙ୍ଗରେ ନେଇ ଯାଇଥିବା ଋଷିୟ ଗଣମାଧ୍ୟମ ଦାବି କରିଥିଲା। ତେବେ ସେ କେଉଁଠାକୁ ଗଲେ ସେ ନେଇ ଗଣମାଧ୍ୟମ ନିକଟରେ କୌଣସି ସୂଚନା  ନଥିଲା।

{"id":497942,"width":839,"height":629,"sizeSlug":"full","linkDestination":"none"}

ଘନି ନିଜେ ଯଦି କାବୁଲ ନ ଛାଡୁଛନ୍ତି ତେବେ ରାଜଧାନୀରେ ତାଲିବାନ ହିଂସା ଭିଆଇଥାନ୍ତେ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ। ତେବେ ତାଲିବାନ ବିନା ରକ୍ତପାତରେ କାବୁଲ ହାତେଇ ଥିଲେ। ଘନି ଆଫଗାନିସ୍ତାନ ଛାଡିବା ପରଠାରୁ ତାଙ୍କୁ ନେଇ ଅନେକ ଅଟକଳ କରାଯାଉଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ଏପରି ପଳାୟନକୁ ନାପସନ୍ଦ କରିଥିଲେ। ତେବେ ୨୫ ବର୍ଷ ପୂର୍ବେ ତାଲିବାନ କାବୁଲ ଦଖଲ କରିବା ବେଳେ କମ୍ୟୁନିଷ୍ଟ ନେତା ନାଜିବୁଲ୍ଲାଙ୍କୁ ହତ୍ୟା କରିଥିବାର ନଜିର ରହିଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.