‘ଆଗକୁ ବାହାର ରାଜ୍ୟରେ ରହୁଥିବା ଓଡିଆଙ୍କୁ ମିଳିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ’

Published By : Prameya-News7 Bureau | September 27, 2018 IST

ଭୁବନେଶ୍ବର୨୭|୯: ଗଡିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଚାର ରଥ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରଚାର ରଥର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଯୋଜନାର ପ୍ରଚାର ଆରମ୍ଭଲ ହୋଇଛି । ଏହି ଗାଡିରେ ପଛରେ ଏଲଏଡି ଟିଭି ଲାଗିଛି । ଏଥିରେ ଯୋଜନା ସଂପର୍କୀଚ ଭିଡିଓ ପ୍ରଦର୍ଶନ ବ୍ୟବସ୍ଥା ରହିଛି । ଏହା ସହ ଘୋଡାନାଚ ଓ ପାରମ୍ଫରିକ ନାଚଗୀତ ମାଧ୍ୟମରେ ଯୋଜନା ସଂପର୍କରେ ସଚେତନ କରିବ ଏହି ରଥ ।କେନ୍ଦ୍ରର ଆୟୁଷ୍ମାନ ଭାରତ ଅପେକ୍ଷା ଏହି ଯୋଜନାର ଅଧିକ ସୁଫଳ ହିତାଧୀକାରୀ ପାଇବେ ଓ ଏଥିରେ ଉଭୟ ଇନଡୋର ଓ ଆଉଟଡୋର ରୋଗୀଙ୍କ ପାଇଁ ସୁବିଧା ରହିଛି । ଯୋଜନା ଆରମ୍ଭ ଦିନରୁ ଏବେ ଯାଏ ୪୫ ଲକ୍ଷ ହିତାଧୀକାରୀ ଯୋଜନାର ସୁଫଳ ପାଇଛନ୍ତି । ଆଗକୁ ରାଜ୍ୟ ବାହାରେ ଥିବା ଓଡିଆଙ୍କୁ ସୁବିଧା ଦେବା ଲାଗି ରାଜ୍ୟ ବାହାରର ମେଡିକାଲ ମାନଙ୍କୁ ମଧ୍ୟ ଏନେପ୍ୟାନେଲ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.