ଇରାନ: କରୋନା ଭୟରେ ୫୪୦୦୦ ହଜାର କଏଦୀଙ୍କୁ ଜେଲ୍ରୁ ଦିଆଗଲା ମୁକ୍ତି
4/03/2020 at 10:13 PM

ଇରାନ୪/୩: ଇରାନାରେ କରୋନା ଆତଙ୍କ ଖେଳି ଯାଇଛି। ଇରାନରେ କରୋନା ଭୟରେ ୫୪୦୦୦ ହଜାର କଏଦୀଙ୍କୁ ଜେଲ୍ରୁ ମୁକ୍ତ କରି ଦିଆଯାଇଛି। ଲୋକମାନଙ୍କ ସେବାରେ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ ହୋଇଛନ୍ତି। ଭୟଙ୍କର କରୋନର ରୋକିବା ପାଇଁ ଇରାନ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ଇରାନ ଅଧିକାରୀଙ୍କ ଉପରେ ଏହି ଭାଇରସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାପ ପଡ଼ିଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, କରୋନ ଆକ୍ରାନ୍ତରେ ଇରାନରେ ୯୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୫୮୬ ଜଣଙ୍କୁ କରୋନା ସଂକ୍ରମଣ ହୋଇଥିବା ଚିହ୍ନଟ ହୋଇଛନ୍ତି।
ସପ୍ତାହେ ହେଲା ପରିଦର୍ଶନ ସ୍ଥାନଗୁଡିକୁ ଉପରେ ପ୍ରତିବନ୍ଧକ ଲଗାଇବାକୁ ଇରାନ ସରକାର ମନା କରିଥିଲେ। ବୁଧବାର ସରକାର କହିଛନ୍ତି ଯେ ସହର ଛାଡି ଚାଲିଯିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଯଦି ଜ୍ୱର ସମେତ କରୋନା ଜନିତ ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କୁ ଚିକିିତ୍ସା କରାଯିବ। ମେଡିକାଲ୍ ସାଇନ୍ସ ଡେପୁଟି ଡିନ୍ ଅଲି ଆବ୍ରାଜୀଙ୍କ କହିବାନୁସାରେ, ମେଡିକାଲ୍ ଟିମ୍ ଛାଡ଼ିବାକୁ ଚେଷ୍ଟା କରୁଥିବା ଲୋକଙ୍କ ତାପମାତ୍ରା ନେବା ଆରମ୍ଭ କରିବେ। ରାଜ୍ୟ ଗଣମାଧ୍ୟମ ଅନୁସାରେ ଏହି ବିସ୍ଫୋରଣର ମୁକାବିଲା ପାଇଁ ବିଶ୍ୱବିଦ୍ୟାଳୟ ଏକ ଫିଲ୍ଡ ହସ୍ପିଟାଲ ନିର୍ମାଣ କରୁଛି ବୋଲି ସେ କହିଛନ୍ତି। ଇରାନର ଅଧିକାରୀମାନେ ପ୍ରଥମେ ନାଗରିକମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଏହା ଭୂତାଣୁ ସଂକ୍ରମିତ। କିନ୍ତୁ ଇରାନୀୟମାନଙ୍କୁ ଏହା ବିଶ୍ୱାସ କରିବା କଷ୍ଟସାଧ୍ୟ ହୋଇଥିଲା।