Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

କଂଗ୍ରେସ ଆଶାକୁ ଝଟକା, ୨୩ ଆମନ୍ତ୍ରିତ ଦଳରୁ ରାହୁଲଙ୍କ ଯାତ୍ରାର ସମାପନରେ ପହଞ୍ଚିଲେ ୮ ଦଳ

30/01/2023 at 11:32 PM

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସଂପ୍ରତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଯାତ୍ରା ବର୍ତ୍ତମାନ ଜାମ୍ମୁ-କାଶ୍ମୀରରେ ଶ୍ରୀନଗରରେ ସଂପନ୍ନ ହେବାକୁ ଯାଉଛି। ରାହୁଲ ଏବଂ କଂଗ୍ରେସ ଦଳ ଆଶା ରଖିଛି ଯେ, ଭାରତ ଯୋଡୋ ଯାତ୍ରା ଜରିଆରେ ଯେତେ ସମ୍ଭବ ବିରୋଧୀ ଦଳକୁ ଏକଜୁଟ୍ କରାଯାଇ ପାରିବ। ସେଥିପାଇଁ ଶ୍ରୀନଗରରେ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେବାକୁ କଂଗ୍ରେସ ଅନେକ ପାର୍ଟିକୁ ପତ୍ର ଲେଖିଥିଲା। ତେବେ ଶେଷରେ ଦଳକୁ ନିରାଶ ମିଳିଛି।

ଅନ୍ତିମ ପର୍ଯ୍ୟାୟରେ ଥିବା ଭାରତ ଯୋଡୋ ଯାତ୍ରାରେ ଯୋଗ ଦେବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ୨୩ ରାଜନୈତିକ ପାର୍ଟିକୁ ଚିଠି  ଲେଖିଥିଲେ। ଆଉ ଦଳ ଆଶା ରଖିଥିଲା ଯେ, ସମସ୍ତ ଦଳ ଶ୍ରୀନଗରର ସେର ଇ କାଶ୍ମୀର କ୍ରିକେଟ୍ ଷ୍ଟାଡିୟମରେ ସୋମବାର ଆୟୋଜିତ ଶେଷ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସାମି୍ଲ ହେବେ। ତେବେ ଏଥିରୁ କେବଳ ମାତ୍ର ୮ଟି ଦଳ ଯୋଗ ଦେଇଛନ୍ତି।

ବିହାରର ଜେଡିୟୁ ଏବଂ ଆରଜେଡି ଦୁହିଁଙ୍କ ଅନୁପସ୍ଥିତି କଂଗ୍ରେସକୁ ସବୁଠୁ ଅଧିକ ଚକିତ କରିଛି। ଶ୍ରୀନଗରରେ ଦୁଇ ଦଳର  ନେତା ଯୋଗ ଦେଇ ନାହାନ୍ତି। ତେବେ କଂଗ୍ରେସ ପାଇଁ ଆଶ୍ଵସ୍ତିକର ବିଷୟ ଭାରତ ଯୋଡୋ ଯାତ୍ରାର ଅନେକ ପର୍ଯ୍ୟାୟରେ ଏନସିପି,  ଶିବସେନା, ଜେଏମଏମ ଏବଂ ଡିଏମକେ ପରି ଅନ୍ୟ ସହଯୋଗୀ ଦଳ ସାମିଲ୍ ହୋଇଥିଲେ। ଯାତ୍ରା ମହାରାଷ୍ଟ୍ରରେ ପ୍ରବେଶ କରିବା ସମୟରେ ଶିବସେନା ନେତା ଆଦିତ୍ୟ ଠାକରେ ଏବଂ ଏନସିପି ନେତା ସୁପ୍ରିୟା ସୁଲେ ରାହୁଲଙ୍କ ସହ ପଦଯାତ୍ରା କରିଥିଲେ। ସଞ୍ଜୟ ରାଉତ ଜାମ୍ମୁରେ ରାହୁଲଙ୍କ ସହ ଥିଲେ। ଏଥିସହ ଡିଏମକେ ଏବଂ ଜେଏମଏମ ନେତା ମଧ୍ୟ ଶ୍ରୀନଗରରେ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଖରାପ ପାଗ ସତ୍ତ୍ଵେ ଆଠଟି ଦଳର ନେତା ଶ୍ରୀନଗର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସୋମବାର ସକାଳେ ଶ୍ରୀନଗରରେ ପ୍ରବଳ ତୁଷାରପାତ ଆରମ୍ଭ ହୋଇ ଯାଇଛି। ଏଥିରେ ଡିଏମକେ ନେତା ତିରୁଚି ଶିବା, ସିପିଆଇର ସାଧାରଣ ସଂପାଦକ ଡି ରାଜା, ନ୍ୟାସନାଲ କନଫରେନ୍ସର ନେତା ଉମର ଅବଦୁଲ୍ଲା, ପିଡିପିର ମେହବୁବା ମୁଫତି, ଆରଏସପିର ଏନକେ ପ୍ରେମଚନ୍ଦନ ଏବଂ ଆଇୟୁଏମଏଲର ନବସ କାନି ଯୋଗ ଦେଇଥିଲେ। ଜେଏମଏମ ଏବଂ ଭିସିକେର ପ୍ରତିନିଧି ମଧ୍ୟ ଶ୍ରୀନଗର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଯାତ୍ରା ଦିଲ୍ଲୀ ଅତିକ୍ରମ କରିବା ସମୟରେ ରାହୁଲଙ୍କ ସହିତ ବିଏସପି ସାଂସଦ ଶ୍ୟାମ ସିଂ ଯାଦବ ମଧ୍ୟ ଯୋଗ ଦେଇଥିଲେ। ତେବେ ବିଏସପି ଏହି ରାହୁଲଙ୍କ ଯାତ୍ରାରେ ସାମିଲ୍ ହୋଇ ନାହିଁ।

ଏହି ଅବସରରେ ସିପିଆଇ ନେତା ଡି ରାଜା କହିଛନ୍ତି ଆମେ ସମସ୍ତେ ଦେଶର ସ୍ଵାଧୀନତ ପାଇଁ ଲଢେଇ କରିଛନ୍ତି। ଦେଶକୁ ବ୍ରିଟିଶ କବଳରୁ ମୁକ୍ତ କରିଛନ୍ତି। ତେଣୁ ବର୍ତ୍ତମାନ ଦେଶକୁ ବିଜେପି ଶାସନରୁ ମୁକ୍ତ କରିବା ପାଇଁ ସମସ୍ତ ଧର୍ମନିରପେକ୍ଷ ଦଳଗୁଡିକୁ ଏକାଠି ଆସିବା ଉଚିତ୍। ଉମର ଅବଦୁଲ୍ଲା କହିଛନ୍ତି, ଦେଶର ପଶ୍ଚିମରୁ ପୂର୍ବ ପର୍ଯ୍ୟନ୍ତ ଆଉ ଏକ ଯାତ୍ରା ଆରମ୍ଭ କରାଯାଉ ଏବଂ ଏଥିରେ ମୁଁ ରାହୁଲଙ୍କ ସହ ଯାତ୍ରା କରିବାକୁ ପ୍ରସ୍ତୁତ। ସେପଟେ ମୁଫତି କହିଛନ୍ତି, ଦେଶକୁ ରାହୁଲଙ୍କଠୁ ଆଶାର ନୂତନ କିରଣ ଦେଖିବାକୁ ମିଳିଛି।

   Related Posts