“ଆମ ଗାଁ ଆମ ବିକାଶ” ଯୋଜନା ଲୋକଙ୍କ ବିକାଶରେ ଲାଗୁନି

Published By : Prameya-News7 Bureau | August 02, 2018 IST

ବୌଦ୍ଧରେ ସାଇକେଲରେ ଶବ ବୋହିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ରାଜ୍ୟରେ ଧୃତରାଷ୍ଟ୍ର ସରକାର ଚାଲିଛି । ଯୋଜନାର ସଫଳତା ଲୋକଙ୍କ ପାଖରେ ପହଞ୍ଚି ପାରୁନି । “ଆମ ଗାଁ ଆମ ବିକାଶ” ଯୋଜନା ଲୋକଙ୍କ ବିକାଶରେ ଲାଗୁନି । ଏବେବି ଲୋକ ଗାଁରୁ ବାସନ୍ଦ ହେଉଛନ୍ତି । ସାଇକେଲରେ ବୁହାଯାଇଛି ଶବ, ଶବକୁ ନ୍ୟାୟ ମିଳୁନି । ଏହା କଣ ଗାଁର ବିକାଶ ବୋଲି ବସନ୍ତ ପ୍ରଶ୍ନ କରିଛନ୍ତି । କେବଳ ଯୋଜନା ଉପରେ ଯୋଜନା କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ଲୋକଙ୍କ ଠାରୁ ଦୂରରେ ରହୁଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.