WMO: ଗରମ, ସ୍ୱଳ୍ପବୃଷ୍ଟି ଏବଂ ବନାଗ୍ନୀ, ଚଳିତ ବର୍ଷର ଜୁଲାଇ ଆଜି ଯାଏଁର ସବୁଠୁ ଉତ୍ତପ୍ତ ଜୁଲାଇ

Published By : Prameya-News7 Bureau | August 10, 2022 IST

ନୂଆଦିଲ୍ଲୀ: ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ ଅନୁସାରେ ୧୯୯୧-୨୦୨୦ ତୁଳନାରେ ୟୁରୋପୀୟ ଅଞ୍ଚଳରେ ହାରାହାରି ୦.୪ ଡିଗ୍ରୀ ତାପମାତ୍ରା ଅଧିକ ରହିଛି । ଦକ୍ଷିଣ-ପୂର୍ବ ଏବଂ ପଶ୍ଚିମ ୟୁରୋପ ହାରାହାରି ଠାରୁ ଅଧିକ ଗରମ ରହିଛି । ଜୁଲାଇ ମଧ୍ୟରେ ଏଠାରେ ଲୁ ଦେଖିବାକୁ ମିଳିଥିଲା । ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ମୁଖପାତ୍ର କ୍ଲେୟର ନ୍ୟୁଲିସଙ୍କ କହିବା କଥା, ଏହି ଗରମ ଲା ନୀନ ପ୍ରଭାବ ସତ୍ତ୍ୱେ ହୋଇଛି ।

ସଂଗଠନର ମୁଖପାତ୍ର କହିଛନ୍ତି, ଗତ ଜୁଲାଇ ମାସ ଆଜି ଯାଏଁ ସବୁଠୁ ଗରମ ଜୁଲାଇ ହୋଇଛି । ଏହା ପୂର୍ବରୁ ୨୦୧୬ ଜୁଲାଇରେ ଅଧିକ ଗରମ ଅନୁଭବ ହୋଇଥିଲା । ପର୍ତ୍ତୁଗାଲ, ଫ୍ରାନ୍ସର ପଶ୍ଚିମାଞ୍ଚଳ ଏବଂ ଆୟରଲାଣ୍ଡରେ ରେକର୍ଡ ଗରମ ଅନୁଭବ ହୋଇଛି, ତେବେ ଇଂଲଣ୍ଡରେ ତାପମାତ୍ରା ପ୍ରଥମ ଥର ୪୦ ଡିଗ୍ରୀ ଛୁଇଁଛି । ୱେଲ୍ସ ଏବଂ ସ୍କଟଲ୍ୟାଣ୍ଡରେ ମଧ୍ୟ ରାଷ୍ଟ୍ରୀୟ ସ୍ତରରେ ଆଜି ଯାଏଁର ସବୁଠୁ ଅଧିକ ଗରମ ରେକର୍ଡ କରାଯାଇଛି । ସ୍ପେନରେ ମଧ୍ୟ ଜୁଲାଇ ମାସ ଆଜି ଯାଏଁ ରେକର୍ଡ ଭାଙ୍ଗିଛି । ଜୁଲାଇ ମାସରେ ଏଠାରେ ହାରାହାରି ତାପମାତ୍ରା ୨୫.୬ ଡିଗ୍ରୀ ରହିଥିଲା ।

ଜୁଲାଇ ମାସରେ ଆଣ୍ଟର୍କଟିକା ମହାସାଗରରେ ମଧ୍ୟ ଆଜି ଯାଏଁର ସବୁଠୁ କମ ବରଫ ଦେଖିବାକୁ ମିଳିଛି । ଏହା ହାରାହାରି ଠାରୁ ୭ ପ୍ରତିଶତ କମ ରହିଛି । ଆଣ୍ଟର୍କଟିକା ସାଗରରେ ବରଫ ହାରାହାରି ଠାରୁ ୪ ପ୍ରତିଶତ କମ ଥିଲା, ସାଟେଲାଇଟ ରେକର୍ଡରୁ ଏହା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.