ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ନୈନିତାଲର କୋସୀ ନଦୀରେ ଏବେ ଦେଖାଯାଉଛନ୍ତି ଏଇ ନୂଆ ଉଭୟଚର ପ୍ରାଣୀ, ଏମାନଙ୍କୁ ଦେଖିବା ପାଇଁ ଉତ୍ସାହିତ ପର୍ଯ୍ୟଟକ

18/12/2018 at 1:19 PM

ନୈନିତାଲ୧୮|୧୨: ନୈନିତାଲର ପାହାଡିଆ ଛାତି ଉପରେ କୂଳ କୂଳ ହୋଇ ବହିଯାଉଥିବା କୋସୀ ନଦୀ ଭାରି ମନଲଭା। ଏହି ନଦୀରେ ଜଳଚର ଜୀବଙ୍କର ସଂଖ୍ୟା ଲଗାତାର ଭାବେ ବଢିବାରେ ଲାଗିଛି। ପର୍ଯ୍ୟାବରଣ ଦୃଷ୍ଚିରୁ ଏହା ଶୁଭ ସଂକେତ ନିଶ୍ଚୟ। ପାରମ୍ପରିକ ଜୀବଙ୍କ ବ୍ୟତୀତ କୋସି ନଦୀରେ ଏବେ ଦେଖିବାକୁ ମିଳୁଛି କିଛି ନୂଆ ଅତିଥିଙ୍କୁ ଯାହା ନଦୀର ଗୁରୁତ୍ୱକୁ ଆହୁରି ବଢାଇଦେଇଛି।

ଢିକୁଲି ଗାଁ ନିକଟରେ ଥିବା ଇନଫିନିଟି ରିସର୍ଟ ପାଖ କୋସୀ ନଦୀର ମହାଶୀର ପୋଖରୀ ପାଖରେ ପ୍ରଥମ ଥର ପାଇଁ ଓଧଙ୍କୁ ଦେଖିବାକୁ ମିଳିଛି। ପରିବେଶ ସଂରକ୍ଷଣ ଦିଗରେ କାମ କରୁଥିବା ଲୋକଙ୍କ ପାଇଁ ଏହା ଏକ ଆହ୍ବାନ । ଓଧମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନିଶ୍ଚୟ ଆବଶ୍ୟକ । କାରଣ ଧୀରେ ଧୀରେ ଓଧଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଓଧଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଏକ ସଂସ୍ଥାର ନିର୍ଦ୍ଦେଶକଙ୍କ କହିବା ଅନୁସାରେ କୋସୀ ନଦୀରେ ଓଧ ରହିବା ନଦୀର ଜଳ ଅତ୍ୟନ୍ତ ସ୍ବଚ୍ଛ ବୋଲି ସଂକେତ ଦେଉଛି।  

କୋସୀ ନଦୀରେ ଓଧଙ୍କ ସୁରକ୍ଷାର ଶ୍ରେୟ ମହାଶୀରରେ ଥିବା ମାଛ ସୁରକ୍ଷା ପ୍ରଦାନକାରୀ ସଂସ୍ଥାକୁ ନିଶ୍ଟୟ ଯିବ । ସୂଚନାଯୋଗ୍ୟ ଯେ, ରାମନଗର ବନ ବିଭାଗ, ଦ କର୍ବଟ ଫାଉଁଣ୍ଡେଶନ, ଡେହେରାଡୁନର ଭାରତୀୟ ବନ୍ୟ ଜୀବ ସଂସ୍ଥା ପରସ୍ପର ସହଯୋଗରେ ମାଛଙ୍କ ସୁରକ୍ଷା ଯୋଜନା ପାଇଁ କାମ କରୁଛନ୍ତି।   

ସୂଚନା ଅନୁସାରେ କୋସୀ ନଦୀରେ ଭଲ ମାଛ ବଢୁଥିବା ଗଣ୍ଡ ବା ବନ୍ଧ ଚିହ୍ନଟ ହୋଇଛି । ଏହି ସବୁ ବନ୍ଧରେ ରହୁଥିବା ଜଳଚରଙ୍କ ସମ୍ପର୍କରେ ମୌସୁମୀ ପୂର୍ବରୁ ଓ ପରେ ସର୍ବେକ୍ଷଣ ହୋଇଥାଏ । ସର୍ବେକ୍ଷଣରୁ ଜଣାପଡିଛି ଯେ, କୋସୀ ନଦୀର ବ୍ୟାରେଜରେ ମାଛଙ୍କ ସହ ଓଧମାନେ ମଧ୍ୟ ସୁରକ୍ଷିତ ଅଛନ୍ତି । କିନ୍ତୁ ଶିକାରୀଙ୍କ କବଳରୁ ଏମାନଙ୍କୁ ରକ୍ଷା କରିବା ଏବଂ ଏମାନଙ୍କ ଲାଗି ଖାଦ୍ୟ ପେୟ ଆଦି ଉପଲବ୍ଧ କରାଇବା ଭଳି କାମ ପ୍ରତିଧ୍ୟାନ ଦେବାକୁ ହେବ।

   Related Posts