ନୂଆ ବର୍ଷରେ ରିଲିଜ୍‌ ହେବ ନୂଆ ୱେବ୍‌ସିରିଜ୍‌, ଜାନୁଆରୀରେ ଜବରଦସ୍ତ ଏଣ୍ଟରଟେନମେଣ୍ଟ

Published By : Prameya-News7 Bureau | December 28, 2022 IST

ମୁମ୍ଵାଇ ୨୮।୧୨: ୨୦୨୩ ବର୍ଷ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏଭଳି ପରିସ୍ଥିତିରେ  OTT ପ୍ଲାଟଫର୍ମ ନୂଆ ବର୍ଷରେ ଦର୍ଶକଙ୍କ ପାଇଁ ମନୋରଞ୍ଜନର ପାଇଁ ଧମାକା ଆଣିବ । ଅନେକ ମଜାଦାର ୱେବ୍ ସିରିଜ୍ ବର୍ଷର ପ୍ରଥମ ମାସର ଓଟିଟିରେ ଆସିବାକୁ ଯାଉଛି। ଯଦି ୱେବ୍ ସିରିଜ୍ ଦେଖିବାକୁ ପସନ୍ଦ କରନ୍ତି। ତେବେ ବର୍ଷ ଆରମ୍ଭର ପ୍ରଥମ ମାସରେ ଦେଖିପାରିବେ । ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ସ୍ଵତନ୍ତ୍ର ହେବାକୁ ଯାଉଛି।  ଜାନୁଆରୀରେ କେଉଁ ସିରିଜ୍ ରିଲିଜ୍ ହେଉଛି ଆସନ୍ତୁ ଜାଣିବା ।

କହିବାକୁ ଗଲେ ଯଦି ଆପଣଙ୍କୁ କ୍ରାଇମ୍‌ ଡ୍ରାମା ଦେଖିବାକୁ ପସନ୍ଦ କରନ୍ତି। ତେବେ କଂପନହେଗନ କାଓବୟ ସିରିଜ ପରଫେକ୍ଟ  ପ୍ରମାଣିତ ହୋଇପାରେ । ଏହି କ୍ରାଇମ୍‌ ଥ୍ରୀଲର ଟିଭି  ଧାରାବାହିକ ନେଟଫ୍ଲିକ୍ସରେ ୫ଜାନୁୟାରୀ ୨୦୨୩ରେ ମୁକ୍ତିଲାଭ କରିବ।

ତାଜା ଖବର- ଭୁବନ ବାମ ଖୁବ ଶୀଘ୍ର ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ଭୁବନ ବାମଙ୍କୁ ‘ତାଜା ଖବର’ରେ ଦେଖିବାକୁ ମିଳିବ । ଏହି ୱେବ୍ ସିରିଜ୍ ଡିସ୍ନି ପ୍ଲସ୍ ହଟଷ୍ଟରରେ ଷ୍ଟ୍ରିମ୍ ହେବ । ଏହି ଶୋ ’ଜାନୁଆରୀ ୬ ରେ ଷ୍ଟ୍ରିମ୍ ହେବ ।  ଏହି ସିରିଜର କାହାଣୀ ବିଷୟରେ କହିବାକୁ ଗଲେ ଭୁବନଙ୍କୁ ଏହି ସିରିଜରେ ଜଣେ ସୁଇପର ଭୂମିକାରେ ଦେଖିବାକୁ ମିଳିବ । 

ପ୍ଲେ ବ୍ଲ୍ୟୁ ଆଇ- ନେଟଫ୍ଲିକ୍ସ ଦର୍ଶକଙ୍କୁ କ୍ରାଇମ, ଥ୍ରୀଲର ଏବଂ କମେଡିରେ ପରିପୂର୍ଣ୍ଣ ଏକ ଡ୍ରାମା ଆଣିଥାଏ । ଯଦି ଆପଣ ମିଷ୍ଟ୍ରି ଥ୍ରୀଲର ଫିଲ୍ମ ପସନ୍ଦ କରନ୍ତି ତେବେ ଜାନୁଆରୀ ୬ରେ ଆପଣ ନେଟଫ୍ଲିକ୍ସରେ ପ୍ଲେ ବ୍ଲୁ ଆଇ ଦେଖିପାରିବେ ।

ଷ୍ଟାର୍ ୱାର ବ୍ୟାଡ୍ ବ୍ୟାଚ୍‌ ସିଜିନ-୨-ଷ୍ଟାର୍ ୱାର୍ ବ୍ୟାଡ୍ ବ୍ୟାଚ୍ ର ପ୍ରଥମ ସିଜନକୁ ଖୁବ୍‌ ପସନ୍ଦ କରାଯାଇଥିଲା । ଏହି ସିରିଜର ଦ୍ୱିତୀୟ ସିଜନ୍ ୫ ଜାନୁଆରୀରେ ଷ୍ଟ୍ରିମ୍ ହେବ । ଆପଣ ଏହି ମହାନ ଆନିମେସନ୍ ସିରିଜ୍ ହଟଷ୍ଟାରରେ ଦେଖିପାରିବେ ।

ମିଶନ ମଜନୁ- କେବଳ ୱେବ୍ ସିରିଜ୍ ନୁହେଁ OTT ରେ ଚଳଚ୍ଚିତ୍ର ମଧ୍ୟ ରିଲିଜ୍ ହେବ । ବର୍ଷର ପ୍ରଥମ ମାସରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ରଶ୍ମିକା ମନ୍ଦନା ଅଭିନୀତ ମିଶନ ମଜନୁ ମୁକ୍ତିଲାଭ କରିବ। ଏହି ଫିଲ୍ମ ଜାନୁଆରୀ ୨୦ରେ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.