ଓଟିଟିରେ ପ୍ରସାରିତ ଅଶ୍ଲୀଳତା ଉପରେ ସରକାର ହୋଇପାରନ୍ତି କଠୋର, ମନ୍ତ୍ରୀ କହିଲେ- କ୍ରିଏଟିଭିଟି ନାଁରେ ଗାଳି-ଗୁଳିଜ ସ୍ୱୀକାର ନୁହେଁ
19/03/2023 at 11:09 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଗାମୀ ଦିନରେ ଓଟିଟି ପ୍ଲାଟଫର୍ମରେ ପ୍ରସାରଣ ହେଉଥିବା ଅଶ୍ଲୀଳ କଣ୍ଟେଣ୍ଟ ଉପରେ ରୋକ ଲଗାଇବା ପାଇଁ ବଡ଼ ନିଷ୍ପତ୍ତି ନେଇପାରନ୍ତି । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ରବିବାର ସାମ୍ୱାଦିକ ସମ୍ମିଳନୀରେ ଏଭଳି ସଂକେତ ଦେଇଛନ୍ତି । ସେ କହିଛନ୍ତି ଯେ ଓଟିଟି ବିରୋଧରେ ଅଭିଯୋଗ ମାମଲା ଲାଗାତର ବଢିବାରେ ଲାଗିଛି । ସୃଜନଶୀଳତା ନାଁରେ ଅଶ୍ଲୀଳତା ଏବଂ ଅଶ୍ରାବ୍ୟ ଭାଷା ଗ୍ରହଣ କରାଯିବ ନାହିଁ ।
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ‘ଓଟିଟି ବିରୋଧରେ ଅଭିଯୋଗ ବଢିବାରେ ଲାଗିଛି । ବର୍ତ୍ତମାନର ନିୟମ ଅନୁସାରେ କୌଣସି ଅଭିଯୋଗକୁ ପ୍ରାଥମିକ ପର୍ଯ୍ୟାୟରେ ଏହାର ନିର୍ମାତାଙ୍କୁ ଦୂର କରିବାକୁ ପଡିଥାଏ । ୯୦-୯୨ ପ୍ରତିଶତ ଅଭିଯୋଗକୁ ସେମାନେ ଦୂର କରି ଦିଅନ୍ତି । ଏହାପରେ ଆସୋସିଏସନ ସ୍ତରକୁ ଆସିଥାଏ’।
क्रिएटिविटी के नाम पर गाली गलौज, असभ्यता बर्दाश्त नहीं की जा सकती।
— Anurag Thakur (@ianuragthakur) March 19, 2023
ओटीटी पर बढ़ते अश्लील कंटेंट की शिकायत पर सरकार गंभीर है।अगर इसको लेकर नियमों में कोई बदलाव करने की ज़रूरत पड़ी तो @MIB_India उस दिशा में भी पीछे नहीं हटेगा। अश्लीलता, गाली गलौज रोकने के लिए कड़ी कार्यवाई करेगा। pic.twitter.com/6pOL66s88L
ମନ୍ତ୍ରୀ କହିଛନ୍ତି, ‘ସରକାରୀ ସ୍ତରରେ ଅଭିଯୋଗ ପହଞ୍ଚିବା ପରେ ନିୟମ ଅନୁସାରେ ବିଭାଗ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ଓଟିଟି ବିରୋଧରେ ଅଭିଯୋଗ ଏବେ ବଢିବାରେ ଲାଗିଛି । ବିଭାଗ ଏହାକୁ ଗୁରୁତ୍ୱର ସହ ନେଉଛି । ଯଦି ଏଥିପାଇଁ ନିୟମରେ କୌଣସି ପରବର୍ତ୍ତନ କରିବାକୁ ପଡ଼େ ତେବେ ମନ୍ତ୍ରାଳୟ ସେ ଦିଗରେ ଆଗକୁ ବଢିବ । ଅଶ୍ଲିଳତା, ଅଶ୍ରାବ୍ୟ ଭାଷାକୁ ରୋକିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରାଯିବ’ ।
ମନ୍ତ୍ରୀ କହିଛନ୍ତି, ‘କ୍ରିଏଟିଭିଟି ପାଇଁ ସ୍ୱାଧୀନତା ଦିଆଯାଇଛି । ଗାଳି-ଗୁଲଜ ଏବଂ ଅଶ୍ଲୀଳତା ପାଇଁ ନୁହେଁ । ସୃଜନଶୀଳତା ନାଁରେ ଏହାର ଉଲ୍ଲଂଘନ ବରଦାସ୍ତ କରାଯିବ ନାହିଁ’ ।