ହାଇକୋର୍ଟରେ ଓଟିଏମ ପୁନଃରୁଦ୍ଧାର ମାମଲା, ସରକାର ଦେଇଥିବା ୧୧୫ କୋଟି ଫିକ୍ସ ଡିପୋଜିଟ୍

Published By : Prameya-News7 Bureau | October 18, 2022 IST

କଟକ ୧୮।୧୦ : ହାଇକୋର୍ଟରେ ଓଟିଏମ ପୁନଃରୁଦ୍ଧାର ସମ୍ପର୍କିତ ମାମଲା । ରିପୋର୍ଟ ଦାଖଲ କଲେ ଅଫିସିଆଲ ଲିକ୍ୟୁଡେଟର । ସରକାର ଦେଇଥିବା ୧୧୫ କୋଟି ଟଙ୍କା ଫିକ୍ସ ଡିପୋଜିଟ ହୋଇଛି । ନଭେମ୍ବର ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଖବର ଅନୁଯାୟୀ, ଓଟିଏମ ପୁନଃରୁଦ୍ଧାର ଏବଂ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ବାବଦରେ ଆଜି ଅଫିସିଆଲ ଲିକ୍ୟୁଡେଟର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । କର୍ମଚାରୀଙ୍କ ବକେୟା ପ୍ରାପ୍ୟ ବାବଦରେ ରାଜ୍ୟ ସରକାର ଦେଇଥିବା ୧୧୫ କୋଟି ଟଙ୍କାକୁ ଫିକ୍ସ ଡିପୋଜିଟ ଆକାରରେ ରଖାଯାଇଥିବା ଲିକ୍ୟୁଡେଟର କୋର୍ଟଙ୍କୁ ଅବଗତ କରାଇଛନ୍ତି । କର୍ମଚାରୀ ମାନେ ନିଜ ପ୍ରାପ୍ୟ ବାବାଦୀୟ ଡକ୍ୟୁମେଣ୍ଟସ ଦାଖଲ କଲା ପରେ ସେମାନଙ୍କୁ ଟଙ୍କା ଦିଆଯିବ ବୋଲି ମଧ୍ୟ କୋର୍ଟଙ୍କୁ ଅଫିସିଆଲ ଲିକ୍ୟୁଡେଟର ଅବଗତ କରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.