ଫାଟିଲା ଆଗ୍ନେୟଗିରି : ଅନେକ ପର୍ଯ୍ୟଟକ ଆହତ ଏବଂ ନିଖୋଜ

Published By : Prameya-News7 Bureau | December 09, 2019 IST

ଓ୍ବିଲିଙ୍ଗଟନ୍ ୯/୧୨: ନ୍ୟୁଜିଲାଣ୍ଡର ହ୍ବାଇଟ୍ ଆଇଲ୍ୟାଣ୍ଡରେ ସୋମବାର ଆଗ୍ନେୟଗିରି ବିସ୍ଫୋରଣ ହେବା ଦ୍ବାରା ଅନେକ ଲୋକ ଆହତ ହେବା ସହ ନିଖୋଜ ଅଛନ୍ତି। ଏହି ଦ୍ବୀପକୁ ସବୁବେଳେ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ।

{"id":195618,"sizeSlug":"large"}

 ପ୍ରଧାନମନ୍ତ୍ରୀ ଜେସିକା ଆର୍ଡ଼ନ୍ କହିଛନ୍ତି ଯେ ଦ୍ବିପ୍ରହରରେ ହୋଇଥିବା ଏହି ଦୁର୍ଘଟଣା  ସମୟରେ ପାଖାପାଖି ୧୦୦ପର୍ଯ୍ୟଟକ ​‌ସେଠାରେ ଉପସ୍ଥିତ ଥିଲେ। ଆହତମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ପୀଡ଼ିତଙ୍କ ପ୍ରତି ଆମ ସହାନୁଭୂତି ରହିଛି। ଏହି ଦୁର୍ଘଟଣା ପରଠୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଯାଇଛି।

{"id":195619,"sizeSlug":"large"}

ଏଠାକାର ମେୟର ନିଜ ବୟାନରେ କହିଛନ୍ତି ଯେ ଆଗ୍ନେୟଗିରି ଦ୍ବିପ୍ରହର ୨:୧୦ମିନିଟରେ ଫାଟିଥିଲା। ନ୍ୟୁଜିଲାଣ୍ଡର ମୁଖ୍ୟ ଅଞ୍ଚଳରୁ ୫୦କିଲୋମିଟର ଦୂରରେ ଏହି ଦ୍ବୀପ ଅବସ୍ଥିତ। ଏହି ବିସ୍ଫୋରଣ ପରେ ଗୋଟିଏ ପ୍ରଶ୍ନ୍ନବାଚୀ ମନରେ ସୃଷ୍ଟି ହୋଇଛି ଯେ ବୈଜ୍ଞାନିକମାନେ ପୂର୍ବାନୁମାନରେ କହି ଦେଇଥିଲେ ଯେ ଏଠାରେ ଆଗ୍ନେୟଗିରିରେ ବିସ୍ଫୋରଣ ହୋଇପାରେ ତଥାପି ପର୍ଯ୍ୟଟକମାନେ ଏଠାକୁ କିପରି ଆସୁଥିଲେ। ନ୍ୟୁଜିଲାଣ୍ଡର ଦୁଇଟି ମୁଖ୍ୟ ଦ୍ବୀପ ମଧ୍ୟରୁ ଗୋଟିଏ ହେଉଛି ନର୍ଥ ଆଇଲ୍ୟାଣ୍ଡ ଏବଂ ଏହାର ଉତ୍ତର-ପୂର୍ବରେ ହ୍ବାଇଟ୍ ଆଇଲ୍ୟାଣ୍ଡ ରହିଛି।

{"id":195620,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.